ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିବ କ୍ୟାପିଟାଲ ହସ୍ପିଟାଲରେ ଓପିଡି
1 min readଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ ହୋଇଛି । ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଓପିଡି । ଅପରାହ୍ନରେ ୧ଟା ଠାରୁ ୨ଟା ପର୍ଯ୍ୟନ୍ତ କେବଳ ଘଣ୍ଟାଏ ଭୋଜନ ବିରତି ପାଇଁ ବନ୍ଦ ରହିବ ଓପିଡି । ତେବେ ନିର୍ଦ୍ଧାରିତ ସମୟର ୩୦ମିନିଟ ପୂର୍ବରୁ ଅର୍ଥାତ୍ ସକାଳ ସାଢେ ୮ଟା ଠାରୁ ସାଢେ ୧୨ଟା ଓ ଅପରାହ୍ନରେ ପୁଣି ସାଢେ ଗୋଟେ ଠାରୁ ସାଢେ ୪ଟା ପର୍ଯ୍ୟନ୍ତ ରୋଗୀଙ୍କ ପଞ୍ଜିକରଣ ହୋଇପାରିବ ।
ସେହିଭଳି ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ଓପିଡି ସମୟ ପ୍ରକାରେ ଖୋଲା ରହିବ । ସପ୍ତାହର ସମସ୍ତ ଦିନ ଏହି ସୁବିଧା ଉପଲବ୍ଧ ହେବ । ତେବେ ଜରୁରୀକାଳୀନ ଚିକିତ୍ସା ୨୪ଘଣ୍ଟା ଉପଲବ୍ଧ ହେବ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ପରେ ଏହି ସମୟସୂଚୀରେ ପରିବର୍ତ୍ତନ କରାଯାଇଛି ।
ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷରୁ ପିଜି କୋର୍ସ ଖୋଲିବା ସହ ଏହା PGIMER ଏବଂ କ୍ୟାପିଟାଲ ହସ୍ପିଟାଲରେ ପରିଣତ ହୋଇଥିବାରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି ।