ବୈଦେଶିକ ମନ୍ତ୍ରଣାଳୟରେ ଧରାପଡ଼ିଲା ପାକିସ୍ତାନୀ ଏଜେଣ୍ଟ, ISI ପାଇଁ କରୁଥିଲେ କାମ  

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟରେ ଧରାପଡ଼ିଲା ପାକିସ୍ତାନୀ ଏଜେଣ୍ଟ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲା ଏଜେଣ୍ଟ । ବୈଦେଶିକ ମନ୍ତ୍ରାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ପଠାଇଥିବା ଜଣାପଡ଼ିଛି । ଆଇଏସଆଇ ଦ୍ୱାରା ହନିଟ୍ରାପର ଶିକାର ହୋଇଥିଲା ପାକିସ୍ତାନୀ ଏଜେଣ୍ଟ । ବୈଦେଶିକ ମନ୍ତ୍ରାଳୟରେ ସେ ଡ୍ରାଇଭର ଭାବେ କାମ କରୁଥିଲା । ଦିଲ୍ଲୀ ପୋଲିସ ଓ ତଦନ୍ତକାରୀ ସଂସ୍ଥା ଦ୍ୱାରା ତାଙ୍କୁ ଗିରଫ କରାଯାଇଛି । କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ଆଇଏସଆଇକୁ ପଠାଇଛି ତା ଉପରେ ଯାଞ୍ଚ କରାଯାଉଛି ।