୮ ଶହ କୋଟି ଛୁଇଁଲା ବିଶ୍ୱ ଜନସଂଖ୍ୟା, ୨୦୩୦ ସୁଦ୍ଧା ୮୫୦ କୋଟି ପାର କରିବ ଏହି ସଂଖ୍ୟା
ନୂଆଦିଲ୍ଲୀ: ଆଜି ୮ଶହ କୋଟି ଛୁଇଁଲା ବିଶ୍ୱ ଜନସଂଖ୍ୟା । ଆଜି ବିଶ୍ୱ ଜନସଂଖ୍ୟା ରେକର୍ଡ ଛୁଇଁବ ବୋଲି ଆକଳନ କରିଛି ମିଳିତ ଜାତିସଂଘ । ୨୦୩୦ ସୁଦ୍ଧା ଏହି ସଂଖ୍ୟା ୮୫୦ କୋଟି ପାର କରିବ । ବିଶ୍ୱ ଜନସଂଖ୍ୟା ୭ ଶହରୁ ୮ଶହରେ ପହଞ୍ଚିବା ପାଇଁ ୧୨ ବର୍ଷ ଲାଗିଛି । ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନ୍ ଠାରୁ ଅଧିକ ହୋଇଯିବ ବୋଲି ଜାତିସଂଘର ନୂଆ ରିପୋର୍ଟରେ ଦାବି କରାଯାଇଛି । ଏହି ରିପୋର୍ଟ ଆଧାରରେ ୨୦୮୦ ମସିହା ସୁଦ୍ଧା ଜନସଂଖ୍ୟା ଏକ ହଜାର ୪୦ କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ବାର୍ଷିକ ବିଶ୍ୱ ଜନସଂଖ୍ୟା ସମ୍ଭାବନା ରିପୋର୍ଟ ମୁତାବକ, ଆସନ୍ତା ୨୭ ବର୍ଷ ମଧ୍ୟରେ ୮ଟି ଦେଶର ଜନସଂଖ୍ୟା ବିଶ୍ୱର ଅଧା ଜନସଂଖ୍ୟା ହେବ ।
୨୦୫୦ ସୁଦ୍ଧା ଭାରତ, ପାକିସ୍ତାନ, ଇଥିଓପିଆ, ନାଇଜେରିଆ, ଫିଲିପିନ୍ସ, ତାଞ୍ଜାନିଆ, କଙ୍ଗୋ ଆଦି ରାଷ୍ଟ୍ରରେ ବିଶ୍ୱର ଅଧାରୁ ଅଧିକ ନାଗରିକ ବସବାସ କରୁଥିବେ । ରିପୋର୍ଟ ମୁତାବକ, ୨୦୧୦ରୁ ୨୦୨୧ ମଧ୍ୟରେ ପାକିସ୍ତାନର ସବୁଠୁ ଅଧିକ ନାଗରିକ ଦେଶ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି । ୧ କୋଟି ୬୫ ଲକ୍ଷରୁ ଅଧିକ ପାକିସ୍ତାନବାସୀ ଦେଶ ଛାଡ଼ିଛନ୍ତି । ଏହି ତାଲିକାରେ ଦ୍ୱିତୀୟରେ ରହିଛି ଭାରତ । ୩୫ ଲକ୍ଷ ଭାରତୀୟ ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି । ଏହାପରେ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କାର ନାଁ ରହିଛି ।