ଝାରସୁଗୁଡ଼ା ବାଇପାସରେ ମର୍ମନ୍ତୁଦ ଦୁର୍ଘଟଣା: ୬ମୃତ୍ୟୁ, ୧୮ ଆହତ

ଝାରସୁଗୁଡ଼ା: ବାଇବାସରେ ବଡ଼ ଦୁର୍ଘଟଣା  । ଅକାଳରେ ଚାଲିଗଲା ୬ ଶ୍ରମିକଙ୍କ ଜୀବନ  ।   ଦିନ ଯାକର ଶ୍ରମ ସାରି ଘରକୁ ବାହୁଡ଼ୁଥିଲେ ଶ୍ରମିକ । ଅପେକ୍ଷାରେ ଥିଲେ ସ୍ତ୍ରୀ, ପିଲା ଓ ପରିବାର । ହେଲେ ଫେରିବା ବାଟରେ ମୃତ୍ୟୁ ଲେଖିଲା ଅଫେରା କାହାଣୀ । କାମ ସାରି ଘରକୁ ଫେରିବା ହେଲା ଶେଷ ଯାତ୍ରା । ଝାରସୁଗୁଡ଼ା ସରବାହଲ ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯାଇଛି ୬ଜଣଙ୍କ ଜୀବନ । ୧୮ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

୧୪ ଜଣ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ବ୍ରଜପାଳ ସିଂ ,ପଙ୍କଜ ଝା, ରାଜେନ୍ଦ୍ର ତିବାରୀ , ଶେର ବାହାଦୂର ଓ ବିକାଶ କୁମାର । ସଂଧ୍ୟା 7ଟା ସମୟରେ ଠେଲକୋଲୋଇ ସ୍ଥିତ ଭୂଷଣ ପ୍ଲାଣ୍ଟରୁ 60ରୁ ଅଧିକ କର୍ମଚାରୀଙ୍କୁ ନେଇ ଝାରସୁଗୁଡ଼ା ଫେରୁଥିଲା ବସ୍ । ସରବାହଲ ବାଇପାସ୍ ନିକଟରେ ବସକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ହାଇଓ୍ବା ।