ବିଜୁ ବାବୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳିତ, ୨୧୩ ୟୁନିଟ୍ ରକ୍ତଦାନ
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ପାଳିତ ଶ୍ରୋଦ୍ଧୋତ୍ସବ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ବିଜୁବାବୁଙ୍କ ଅବଦାନକୁ ମନେପକାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁବାବୁଙ୍କ କାମ କରିବାର ଶୈଳୀ ନିଆରା । ବିକାଶ ଓ ଶସକ୍ତିକରଣ ଉପରେ ତାଙ୍କର ଫୋକସ ଥିଲା । ଏହା ସହ ସେ କେବେ ସାଲିସ କରୁନଥିଲେ । ଜନନାୟକ ଭାବେ ସାରା ଦେଶରେ ପରିଚିତ ଥିଲେ ବିଜୁବାବୁ । ସେ ପ୍ରତିଷ୍ଠା କରିଛନ୍ତି ଅନେକ ମାଇଲଖୁଣ୍ଟ ।
ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବହୁ ମହିଳା ସଫଳତା ପାଇବା ମୋ ପାଇଁ ଖୁସିର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାଆ ମାନେ ହେଉଛନ୍ତି ନୂଆ ଓଡ଼ିଶାର ସାରଥୀ । ସେମାନଙ୍କ ସଫଳତା ବିଜୁପଟ୍ଟନାୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । କାର୍ଯ୍ୟକ୍ରମରେ ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସଭାପତିତ୍ୱ କରିଥିବାବେଳେ ଭୁବନେଶ୍ୱର ମେୟର ସୁଲୋଚନା ଦାସ,ବିଧାୟକ ପ୍ରଫୁଲ୍ଲ ସାମଲ,ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ ଓ ଉତ୍କଳ ପ୍ରସଙ୍ଗ ସମ୍ପାଦକ ଲେନିନ ମହାନ୍ତି ଯୋଗଦେଇ ବିଜୁବାବୁଙ୍କ ସ୍ମୃତିକୁ ମନେପକାଇଥିଲେ ।
ସେପଟେ ପ୍ରବାଦ ପୁରୁଷ, ଝଡର ଈଗଲ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର -ଜୀବନ ବିନ୍ଦୁ ଆନୁକୁଲ୍ୟରେ ଯୁବ ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ବିଶାଳ ରକ୍ତଦାନ ଶିବିରରେ ୨୧୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଯାଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଙ୍କ ନେତୃତ୍ବରେ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ ।
ଏହି ଅବସରରେ ସମ୍ମାନୀତ ଅତିଥି ରୂପେ ବିଜେଡ଼ି ରାଜ୍ୟ ବରିଷ୍ଠ ଉପସଭାପତି ତଥା ମାନ୍ୟବର ବିଧାୟକ । ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ (ମୂଖ୍ୟାଳୟ) ତଥା ମାନ୍ୟବର ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ -ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ।ଓଡିଶା ମୋ ପରିବାର ର ଆବାହକ ଅରୁପ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।
