ବଡ଼ ଭାଇର ପରିବାରକୁ ସଫାକଲା ସାନ ଭାଇ

ମାହାଙ୍ଗା: ମାହାଙ୍ଗାରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ବଡ଼ ଭାଇ, ଭାଉଜ ଓ ପୁତୁରାକୁ ହତ୍ୟା କରିଛି ସାନ ଭାଇ । ଏହି ଘଟଣାରେ ମାହାଙ୍ଗା କୁଶୁପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟା କରିବା ପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ହତ୍ୟା କରିଥିବା କଥାକୁ ସ୍ୱୀକାର କରିଛି ଅଭିଯୁକ୍ତ ସାନ ଭାଇ । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି । ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବାବେଳେ, ଗତକାଲି ରାତିରେ ବଡ଼ ଭାଇ, ଭାଉଜ ଓ ପୁତୁରାକୁ ହତ୍ୟା କରିଥିଲା ସାନ ଭାଇ । ଜମିବାଡ଼ି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ହତ୍ୟା ପରେ ଘର ଭିତରେ ପଡ଼ି ରହିଛି ମୃତଦେହ । ଏହି ଘଟଣା ପରେ ପୋଲିସ ଉକ୍ତ ଘରକୁ ଜଗି ରହିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ଘରର କବାଟ ଖୋଲାଯିବ । 

 

ଅନ୍ୟପକ୍ଷରେ ବଡ଼ ଭାଇର ପୂରା ପରିବାରକୁ ମାରିବା ପରେ ଭିଡିଓ କରି ନିଜର ଦୋଷ ସ୍ୱୀକାର କରିଛି ସାନ ଭାଇ ଶିବ ପ୍ରସାଦ ସାହୁ । ଭିଡିଓ ଜାରି କରି ସେ କହିଛ କି ପାରିବାରିକ କଳହ ପାଇଁ ମୋ ଭାଇ ଓ ମୋ ମଧ୍ୟରେ ତିକ୍ତତା ରହୁଥିଲା । ତେଣୁ ସେମାନେ ମୋତେ ବହୁତ ହଇରାଣ କରୁଥିଲେ । ଗତକାଲି ରାତିରେ ମୋ ଭାଇ, ଭାଉଜ ଓ ତାଙ୍କ ପିଲାମାନେ ମିଶିକି ମୋତେ ମାରିଥିଲେ । ତେଣୁ ମୁଁ ମୋ ମାନସିକ ସ୍ଥିତି ହରାଇ ବସିଲି ଓ ରାଗିକି ସେମାନଙ୍କୁ ଜୀବନରୁ ମାରିଦେଲି ବୋଲି ଭିଡିଓରେ କହିଛି ଅଭିଯୁକ୍ତ ସାନ ଭାଇ ଶିବ ପ୍ରସାଦ ସାହୁ ।