ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ ମେସିନ

ଭୁବନେଶ୍ୱର: ଶିଶୁପାଳଗଡ଼ ଏଟିଏମ ଲୁଟ ଘଟଣା । ଦୟାନଦୀ କୂଳରୁ ଜବତ ହେଲା ଭଙ୍ଗା ଏଟିଏମ ମେସିନ । ହେଲେ ଏଟିଏମ ମେସିନରୁ ଟଙ୍କା ଗାଏବ ହୋଇଯାଇଛି । ଶାବଳ ଜରିଆରେ ଏଟିଏମକୁ ତାଡି ସେଥିରୁ 20ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏଟିଏମକୁ ନେଇଥିବା ପିକଅପ ଭ୍ୟାନକୁ ଜବତ କରାଯାଇଛି । ତେବେ ଏହି ଗାଡ଼ି ଚୋରି ଗାଡ଼ି ହୋଇଥିବା ସୂଚନା ମିଳିଛି । ଲିଙ୍ଗିପୁର ଛକରେ ଥିବା ଏକ ନର୍ସରୀରୁ ପିକଅପ ଭ୍ୟାନ ଚୋରି କରିଥିଲେ ଲୁଟେରା ।

ନର୍ସରୀ ମାଲିକ ଏନେଇ ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକରେ ଏସବିଆଇ ଏଟିଏମ ଲୁଟ କରିଥିଲେ ଦୁର୍ବୃତ୍ତ । ଟଙ୍କା ନ ବାହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇ ଗାଡିରେ ନେଇଯାଇଥିଲେ । ଏଟିଏମ୍ ଭିତରେ ଓ ବାହାରେ ପଡ଼ିଥିଲା ଟେଣ୍ଟହାଉସ କପଡ଼ା । ତେବେ ସିସିଟିଭି ଫୁଟେଜ ଅନୁସାରେ ତଦନ୍ତ କରୁଛି ପୋଲିସ । ଲୁଟେରାଙ୍କୁ ଧରିବାକୁ 4ଟି ସ୍ବତନ୍ତ୍ର ଟିମ ଗଠନ ହୋଇଛି ।