ମାନସ ହତ୍ୟା ମାମଲା: ନିରଞ୍ଜନ କହିଲା ‘ସମ୍ପୂର୍ଣ୍ଣ’ ସତ
1 min readଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଆଗରେ ୭ ତାରିଖର ସତ ଖୋଲିଲେ ନିରଞ୍ଜନ । ଅପହରଣ ପରେ ଦୟାଲ ଆଶ୍ରମରୁ ସମ୍ପୂର୍ଣ୍ଣ ଅଫିସ ଅଣାଯାଇଥିଲା । ସେଠାକୁ ନିରଞ୍ଜନ ଯିବା ବେଳକୁ ଆଗରୁ ଶର୍ମିଷ୍ଠା, ଝୁନା, ଝୁନାର ସ୍ୱାମୀ ଓ ରଂଜନ ଥିଲେ । କମ୍ପ୍ୟୁଟର ଚଳାଉଥିବା ଜଣେ ବ୍ୟକ୍ତି ଓ ଶର୍ମିଷ୍ଠାର ଭାଉଜ ମଧ୍ୟ ଥିଲେ । ଅଫିସରେ ମାନସକୁ ମାରିଥିବା ମାନିଛନ୍ତି ନିରଞ୍ଜନ । ମାର୍ଚ୍ଚ ୮ ତାରିଖରେ ଶର୍ମିଷ୍ଠା ନିରଞ୍ଜନର ପ୍ରଶାନ୍ତି ବିହାର ଘରକୁ ଆସିଥିଲା । ଶର୍ମିଷ୍ଠାକୁ ୧୦ ହଜାର ଟଙ୍କା ଦେବା ସହ ଗାଡ଼ି କରାଇ ଦେଇଥିଲା ନିରଞ୍ଜନ । ସେହି ଗାଡ଼ିରେ ଯାଜପୁରର କାଳିଆପାଣି ଯାଇଥିଲା ଶର୍ମିଷ୍ଠା । ଆଜି ସମ୍ପୂର୍ଣ୍ଣ ଅଫିସ୍ରେ ଡେମୋ ଦେଖାଇଛନ୍ତି ନିରଞ୍ଜନ ଓ ଶର୍ମିଷ୍ଠା । ଅଫିସ୍ ପରେ ଫ୍ଲାଟରୁ ଶର୍ମିଷ୍ଠାର ଫୋନ୍ ଓ ନିରଞ୍ଜନର ଡାଏରୀ ଜବତ କରିଛନ୍ତି ତଦନ୍ତକାରୀ ଟିମ୍ ।
‘ସମ୍ପୂର୍ଣ୍ଣ’ ଅଫିସରେ କ୍ରାଇମସିନ୍ ରିକ୍ରିଏସନ
ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରି ଦୟାଲ ଆଶ୍ରମ ଆଣିଥିଲେ ଅଭିଯୁକ୍ତ । ସେଠାରୁ ‘ସମ୍ପୂର୍ଣ୍ଣ‘ ଅଫିସ ଅଣାଯାଇ ପୁଣି ଆଶ୍ରମକୁ ନିଆଯାଇଥିଲା । ଅଫିସକୁ ମାନସକୁ ଅଣିବା ବେଳେ ଉପସ୍ଥିତ ଥିଲା ନିରଞ୍ଜନ । ସେଦିନର ପୂରା କାହାଣୀ ଗୋଟି ଗୋଟି କାହାଣୀ ଡେମୋ କରି ଦେଖାଇଛନ୍ତି ନିରଞ୍ଜନ ଓ ଶର୍ମିଷ୍ଠା । ଏହି ଅଫିସରେ କେବଳ ନ୍ୟୁଜ୍ ସମ୍ପର୍କିତ ସୁଟିଂ ହେଉଥିଲା ନା ଅନ୍ୟ କିଛି ସୁଟିଂ ବି କରାଯାଉଥିଲା ? ଅଫିସରେ କ’ଣ ଥିଲା ନିରଞ୍ଜନର ଭୂମିକା ? ରେଜିଷ୍ଟରରେ ଦସ୍ତଖତ ନକରି ସମ୍ପୂର୍ଣ୍ଣ ଅଫିସକୁ କାହିଁକି ଆସୁଥିଲା ନିରଞ୍ଜନ ? ମାନସଙ୍କୁ କାହିଁକି ହତ୍ୟା ପୂର୍ବରୁ ଅଫିସକୁ ଅଣାଯାଇଥିଲା ? ପୂରା ପ୍ଲଟ୍ ନେଇ ତଦନ୍ତ କରାଯାଇଛି । ଏପରିକି ଏହି ଫ୍ଳାଟରେ ଶର୍ମିଷ୍ଠାର ନଣନ୍ଦ କିଛି ଦିନ ପାଇଁ ରହିଥିଲା । ତାର ଏକ ଅଣ୍ଡରଟେକିଂ ପୋଲିସ୍ ହାତରେ ଲାଗିଛି ।
ଫ୍ଲାଟ୍ରେ କ୍ରାଇମବ୍ରାଞ୍ଚ ଖୋଳତାଡ଼
ସମ୍ପୂର୍ଣ୍ଣ ଅଫିସରୁ ଶର୍ମିଷ୍ଠାକୁ ତା’ ଫ୍ଲାଟକୁ ନିଆଯାଇଥିଲା । ହତ୍ୟା ପରେ ପୋଲିସକୁ ଚକ୍ମା ଦେବା ପାଇଁ ଫ୍ଲାଟରେ ମୋବାଇଲ ଛାଡ଼ି ଯାଇଥିଲା ଶର୍ମିଷ୍ଠା । ମାଷ୍ଟରମାଇଣ୍ଡ ଶର୍ମିଷ୍ଠାର ମୋବାଇଲ୍ ଫ୍ଲାଟ୍ରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଫ୍ଲାଟ୍ରେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନେଇ ବି ଖୋଳତାଡ କରିଛି ଟିମ୍ । ଏହାପରେ ସିଆରପି ଛକ ନିକଟରେ କ୍ୟାମେରାମ୍ୟାନ୍ ମାନସ ରହୁଥିବା ଭଡାଘରେ ତନାଘନା କରାଯାଇଛି ।
ଶର୍ମିଷ୍ଠା-ନିରଞ୍ଜନ କ୍ରାଇମ୍ ପାର୍ଟନର
ମାନସଙ୍କ କିଡନାପିଂ ହେଉ କି ହତ୍ୟା କିମ୍ବା ପ୍ରମାଣ ନଷ୍ଟର ପ୍ଲାନ୍, ସବୁବେଳେ ଶର୍ମିଷ୍ଠାଙ୍କ କ୍ରାଇମ ପାର୍ଟନର ଥିଲା ନିରଞ୍ଜନ । ମାନସଙ୍କୁ ଦୟାଲ ଆଶ୍ରମରେ ମାଡ଼ ମାରିଥିଲା । ଏପରିକି ଶର୍ମିଷ୍ଠାକୁ ଫେରାର ହେବାରେ ବି ସହାୟତା କରିଥିଲା । ୧୦ହଜାର ଟଙ୍କା ଦେବା ସହ ଗାଡ଼ି କରାଇ ଦେଇଥିଲା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର କାଳିଆପାଣିସ୍ଥିତ ନିଜ ଶାଶୂଘରକୁ ଯାଇଥିଲେ ।
୫ ଦିନିଆ ରିମାଣ୍ଡ ବେଳେ ୪ ଅଭିଯୁକ୍ତଙ୍କୁ ମାରାଥନ୍ ଜେରା କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍ । କ୍ରସ ଇଣ୍ଟେରୋଗେସନରେ ସତ ଓଗାରିଛନ୍ତି ଅଭିଯୁକ୍ତ । କେମିତି ମାନସଙ୍କୁ ମାରିଥିଲେ ? କେମିତି ପ୍ରମାଣ ନଷ୍ଟ କରିଥିଲେ ? କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି । ତେବେ ମାନସ ମର୍ଡର ପଛର କାରଣ ଏବେବି ରହସ୍ୟ ହୋଇରହିଛି । କେବଳ ମେମୋରୀ ଚିପ୍ ପାଇଁ ହୋଇଥିଲା କି ମର୍ଡର ପ୍ଲାନ୍ ? ନା ହତ୍ୟା ପଛରେ ରହିଛି ଆଉ କିଛି କାରଣ ? ବ୍ଲାକମେଲିଂ ଦିଗକୁ ନେଇ ବି ତନାଘନା କରୁଛି କ୍ରାଇମବ୍ରାଞ୍ଚ ।