ସୁନା ଓ ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ
ନୂଆଦିଲ୍ଲୀ: ସୁନା ଓ ରୂପା ଦରରେ ଆଜି ବଡ଼ଧରଣ ପରିବର୍ତ୍ତନ ହୋଇଛି । ବିଶ୍ୱ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି । ଗତକାଲି ଆମେରିକାର ବଜାରରେ ପରିବର୍ତ୍ତନ ଆସିଥିଲା, ଯାହା ପରେ ଡଲାରରେ ସୁନା କ୍ରୟ ବୃଦ୍ଧି ପାଇଲା ଆଉ ଏହାର ପ୍ରଭାବ ସିଧା ସୁନା ଉପରେ ପଡ଼ିଲା । ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ହେତୁ ଘରୋଇ ବଜାରରେ ମଧ୍ୟ ସୁନା ଓ ରୁପା ଦର ହ୍ରାସ ପାଇଛି ।
ଆଜି ସୁନା ଦର ୩୫୦ଟଙ୍କାରୁ ଅଧିକ ହ୍ରାସ ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏହାର ଏପ୍ରିଲ୍ ମାସରେ ସୁନା ମୂଲ୍ୟ ୩୫୧ ଟଙ୍କା କିମ୍ବା ୦.୬୮ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପିଛା ୫୧,୨୨୦ଟଙ୍କା ହୋଇଛି । ଅନ୍ୟପକ୍ଷରେ ରୂପା ବିଷୟରେ କହିବାକୁ ଗଲେ ଏହା ୫୫୦ରୁ ଅଧିକ ଟଙ୍କା ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜର ଉପରେ ରୂପା ମୂଲ୍ୟ ୫୫୫ଟଙ୍କା କିମ୍ବା ୦.୮୧ ପ୍ରତିଶତ ହ୍ରାସ ପାଇ ୬୭,୫୫୦ ଟଙ୍କା ହୋଇଛି ।
ବିଶ୍ୱ ବଜାରରେ ସୁନା ଏବଂ ରୂପାର ମୂଲ୍ୟ
ଯଦି ବିଶ୍ୱ ବଜାରରେ ଆମେ ସୁନା ଏବଂ ରୂପାର ମୂଲ୍ୟକୁ ଦେଖିବା, ତେବେ ଆଜି ସୁନା ମୂଲ୍ୟରେ ହ୍ରାସ ଘଟିଛି । ସୁନା ଆଜି ୧୯୨୨.୭୫ଡଲାରରେ କାରବାର ହେଉଥିବା ବେଳେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଉଛି । ରୂପା ଦର ହ୍ରାସ ପାଇ ଆଜି ଏହାର ମୂଲ୍ୟ ୨୪.୩୨ ଡଲାରରେ ପହଞ୍ଚିଛି ।