ଓସ୍କାର ଆୱାର୍ଡ: ୱିଲ ସ୍ମିଥଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

1 min read

ନୂଆଦିଲ୍ଲୀ: ରବିବାର ଦିନ କାର୍ଲିଫୋର୍ଣ୍ଣିଆର ଲାଁସ ଏଞ୍ଜେଲିସକର ଡାଲ୍ବୀ ଥିଟରରେ ଆରମ୍ଭ ହୋଇଯାଇଛି ୯୪ତମ ଏକାଡେମୀ ଆୱାର୍ଡ ଅର୍ଥାତ୍ ଓସ୍କାର ଆୱାର୍ଡ ।  ଭାରତରେ ଓସ୍କାରର ପ୍ରସାରଣ ୨୮ ମାର୍ଚ୍ଚ ସକାଳ ପ୍ରାୟ ୫ଟାରୁ ଆରମ୍ଭ ହୋଇଛି । ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ଶୋ, ଏକାଡେମୀ ଆୱାର୍ଡ ଅର୍ଥାତ୍ ଓସ୍କାର ଆୱାର୍ଡ ଅପେକ୍ଷାର ଅନ୍ତ ହୋଇଛି । ଭାରତରେ ଏହି ଶୋ’ର ପ୍ରସାରଣ ଆରମ୍ଭ ହୋଇଛି । ଏଥର ଅଭିନେତା ରେଜିନ ହଲ୍, ଆମୀ ସୁମର, ୱାଣ୍ଡା ସ୍କାଏ ଓସ୍କାର ଆୱାର୍ଡ ଶୋ’କୁ ପରିବେଶଣ କରୁଛନ୍ତି ।

ବହୁ ପ୍ରତିଷ୍ଠିତ ହଲିଉଡ ଅଭିନେତା ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା ଭାବରେ ଓସ୍କାର ଆୱାର୍ଡ ଦିଆଯାଇଛି । ଫିଲ୍ମ ‘କିଙ୍ଗ ରିଚାର୍ଡ’ ପାଇଁ ସ୍ମିଥଙ୍କୁ ଏହି ଆୱାର୍ଡ ମିଳିଛି । ପୁରସ୍କାର ପାଇବାବେଳେ ୱିଲ୍ ସ୍ମିଥ୍  ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିବାର ଦେଖାଯାଇଛି । ପୁରସ୍କାର ପରେ ସେ ଭାଷଣ ଦେଇ କହିଥିଲେ, କଳା ଜୀବନକୁ ଅନୁକରଣ କରେ । ଯେତେବେଳେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ୱିଲ୍ ସ୍ମିଥଙ୍କ ନାମ ଘୋଷଣା ହୋଇଥିଲା ସେତେବେଳେ ସେଠାରେ ଥିବା ସମସ୍ତ ଲୋକ ତାଙ୍କୁ ଛିଡା ହୋଇ ସମ୍ମାନ ଜଣାଇଥିଲେ ।

ୱିଲ୍ ସ୍ମିଥ୍ ମଧ୍ୟ ତାଙ୍କ ଅଭିଭାଷଣରେ ଏକାଡେମୀକୁ କ୍ଷମା ମାଗିଛନ୍ତି । କାରଣ, ଅଭିନେତା କ୍ରିସ୍ ରକଙ୍କୁ  ମଞ୍ଚ ଉପରେ ଚାପୁଡ଼ା ମାରିଥିଲେ । କ୍ରିସ୍ ରକ୍, ସ୍ମିଥଙ୍କ ପତ୍ନୀ ଜାଦା ପିଙ୍କେଟ୍ ସ୍ମିଥଙ୍କ ଉପରେ ଥଟ୍ଟା କରିଥିଲେ ଏହାକୁ ନେଇ କ୍ରୋଧିତ ହୋଇଯାଇଥିଲେ ସ୍ମିଥ୍ । ସ୍ମିଥ୍ କହିଛନ୍ତି, ମୁଁ ଏକାଡେମୀକୁ କ୍ଷମା ମାଗୁଛି, ମୋର ସାଥୀମାନଙ୍କୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।