OTTରେ ଡେବ୍ୟୁ କରିବେ ଶାହରୁଖ ! ଏଥିରେ ରହିପାରନ୍ତି ପୁଅ ଆର୍ୟନ ଖାନ୍

1 min read

ମୁମ୍ବାଇ: ଶାହରୁଖଙ୍କ ପ୍ରସଂଶକଙ୍କ ପାଇଁ ଖୁସି ଖବର । ବଲିଉଡ଼ର ବାଦଶାହ ଶାହରୁଖ ଖାନ ଏବେ ଓଟିଟିରେ ଡେବ୍ୟୁ କରିପାରନ୍ତି । ଆଜିଠୁ ବର୍ଷେ ପୂର୍ବରୁ ଶାହରୁଖ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଓଟିଟିରେ ଡେବ୍ୟୁର ଏକ ଟିଜର ଶେୟାର କରିଥିଲେ । ଯାହା ଆଜି ପର୍ଯ୍ୟନ୍ତ ହୋଇ ନାହିଁ  । କିନ୍ତୁ ଶାହରୁଖ ନିକଟରେ ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଫଟୋରେ ଲେଖା ହୋଇଛି ଯେ, SRK+ । ସୂଚନା ଅନୁସାରେ, ଶାହରୁଖ ଡିଜନି ପ୍ଲସ ହଟ୍ ଷ୍ଟାରରେ ନିଜର ଡେବ୍ୟୁ କୁ ନେଇ କିଛି ଟିଜର ଭିଡ଼ିଓ ସେୟାର କରିଥିଲେ ।

ସେ ସମୟରେ ଶାହରୁଖ ଖୁବଶୀଘ୍ର କିଛି ବଡ଼ ଘୋଷଣା କରିବାକୁ ଯାଉଥିବା ଅନୁମାନ କରାଯାଉଥିଲା । ଯଦିଓ ସେ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଫସିବା ପରେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଥିଲା । ଏବେ ପୁଣି ଥରେ ଶାହରୁଖ ଡେବ୍ୟୁ କରିପାରନ୍ତୁ ବୋଲି କୁହାଯାଉଛି । ଶାହରୁଖ ଏହି ପୋଷ୍ଟରରେ ଲେଖିଛନ୍ତି କିଛି ତ ହେବାକୁ ଯାଉଛି । ଆଉ ଶାହରୁଖଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରସଂଶକ ନିଜର ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ।

ଫ୍ୟାନ୍ସ ଶାହରୁଖ ଖାନଙ୍କ ଓଟିଟି ଡେବ୍ୟୁକୁ ନେଇ ଅଧିକ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ତେବେ ଏହି ଖବର ଏମିତି ସମୟରେ ଆସିଛି ଯେଉଁଠି ଆର୍ୟନ ଖାନ୍ ଓଟିଟିରେ ଡେବ୍ୟୁ କରିବାକୁ ନେଇ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଆର୍ୟନ ଖାନ୍ କୌଣସି ଗୋଟି ୱେବସରିଜରେ ଲେଖକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏମିତି ବି କୁହାଯାଉଛି ଯେ, ପୁଅର ଡେବ୍ୟୁ ଶାହରୁଖ ତାଙ୍କର ଏହି ପ୍ରୋଜେକ୍ଟ ଦ୍ୱାରା କରିପାରନ୍ତି ।