ପୁତିନଙ୍କ ସ୍ୱତନ୍ତ୍ର ସୁରକ୍ଷା ବଳ , ଗରମରେ ବି ବାହାରିବ ନାହିଁ ଝାଳ

1 min read

ନନ୍ଦିଘୋଷ ବ୍ୟୁରୋ: ପୁତିନଙ୍କ ପାଇଁ ୪ ସ୍ତରୀୟ ପ୍ରୋଟେକ୍ସନ । ବୁଲେଟ ପ୍ରୁଫ ବ୍ରିଫକେସ ଏବଂ ହାଇପାୱାର ପିସ୍ତଲ ଧରି ଜଗି ରହୁଛନ୍ତି  ।   ସୁରକ୍ଷା କର୍ମୀ ହେବା ସହଜ ନୁହେଁ  । ଗରମରେ ବି ବାହାରିବ ନାହିଁ ଝାଳ  । ରାଷ୍ଚ୍ରପତି ଖାଦ୍ୟ ଖାଇବା ପୂର୍ବରୁ ପ୍ରଥମେ ପରଖିବେ ସୁରକ୍ଷାକର୍ମୀ  । କଡ଼ା ସୁରକ୍ଷା ଭିତରେ ରହୁଛନ୍ତି ଭ୍ଲାଦିମିର ପୁତିନ  । ଜଗି ରହୁଛନ୍ତି ଚାରି ସ୍ତରୀୟ ସ୍ୱତନ୍ତ୍ର ସୁରକ୍ଷା ବଳ  । ବୁଲେଟ ପ୍ରୁଫ ବ୍ରିଫକେସ ଏବଂ ହାଇ ପାୱାର ପିସ୍ତଲ ଧରି ବସି ରହିଛନ୍ତି ହାଇ ସିକ୍ୟୁରିଟ ଫୋର୍ସ  । ୟୁକ୍ରେନକୁ ଧ୍ୱସଂସ୍ତୁପରେ ପରିଣତ କରିଥିବା ଇଏ ହେଉଛନ୍ତି ସେହି ପୁତିନ  । ଯିଏ ୟୁରୋପୀୟ ରାଷ୍ଟ୍ର ସମୂହକୁ ଖାତିର ନକରି ବିଂଶ ଶତୀଦ୍ଦୀରେ ବି ଦମ୍ ଦେଖାଇଛନ୍ତି  । ଯାହାଙ୍କ ସୁରକ୍ଷା ବ୍ୟବସ୍ଥା ଅନ୍ୟ ରାଷ୍ଟ୍ରମୁଖ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର  ।

ନିକଟରେ ଋଷ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି  । କାରଣ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିବା ପରେ କିଛି ବ୍ୟକ୍ତି ମଧ୍ୟ ପୁତିନଙ୍କୁ ମାରିବା ନେଇ ସୁପାରୀ ରଖିଛନ୍ତି । ଆମେରିକା ରିପବ୍ଲିକାନ ସାଂସଦ ଲିଣ୍ଡ୍ରେସ ଗ୍ରାହମ ପୁତିନଙ୍କୁ ନିନ୍ଦା କରିଛନ୍ତି  ।   ସେ ଏକଥା ମଧ୍ୟ କହିଛନ୍ତି କି- କଣ ଋଷ ସେନାରେ ବ୍ରୁଟସ କିମ୍ବା ଷ୍ଟେଫନବର୍ଗ ପରି କିଏ ଅଛନ୍ତି କି ? କାରଣ ପୁତିନଙ୍କୁ ରୋକିବା ପାଇଁ କେବଳ ଗୋଟିଏ ହିଁ ରାସ୍ତା  । ସେ କେବଳ ତାଙ୍କରି ସୁରକ୍ଷାକର୍ମୀ  । ବ୍ରୁଟସ ସେହି ବ୍ୟକ୍ତି, ଯିଏ ଯିଏ ରୋମନ ଜେନେରାଲ ଜୁଲିୟସ ସିଜରଙ୍କୁ ହତ୍ୟା କରିଥିଲେ  । ଏବଂ କର୍ଣ୍ଣେଲ ଷ୍ଟେଫନବର୍ଗ ଜର୍ମାନୀ ସେନାର ସେନା ଅଧିକାରୀ ରହିଥିଲେ  । ଯିଏ ହିଟଲରଙ୍କୁ ମଧ୍ୟ ମାରିବାକୁ ପ୍ରୟାସ କରିଥିଲେ  । ଅର୍ଥାତ ଏହି କଥାରୁ ସ୍ପଷ୍ଟ ହେଉଛି ଯେ, ଆମେରିକା ସାଂସଦ ଚାହୁଛନ୍ତି ପୁତିନଙ୍କ ହତ୍ୟା  ।

ଭ୍ଲାଦିମର ପୁତିନଙ୍କ ସୁରକ୍ଷାକୁ ନେଇ ସମସ୍ତ ସୂଚନା ଗୋପନୀୟ ରଖାଯାଇଥାଏ  । କାରଣ ଯେତିକି ଜଣାଯାଏ, ଲୋକେ ସେତିକି ଜାଣିବାକୁ ପାଇଥାନ୍ତି  । କିନ୍ତୁ ଏହାରି ଫଛରେ ରହିଛି ଆହୁରି ଅନେକ  ଗୁପ୍ତ ତଥ୍ୟ  । କାରଣ ଖୋଦ ପୁତିନ ରହିଥିଲେ KGBର ଏଜେଣ୍ଟ  । ନିଜ ସୁରକ୍ଷାକୁ ନେଇ ବେସ ସତର୍କ ଭ୍ଲାଦିମିର ପୁତିନ  । ସବୁବେଳେ ଚେଇଁ ରହିଥାଏ ପୁତିନଙ୍କ ସିକ୍ୟୁରିଟ ଫୋର୍ସ  । ପୁତିନଙ୍କ ବର୍ଡିଗାର୍ଡ ନିଜକୁ ମସ୍କିଟିୟର୍ସ ବୋଲି କହିଥାନ୍ତି   । ଯେଉଁଥିରେ ଋଷ ଫେଡପରାଲ ସିକ୍ୟୁରିଟ ଫୋର୍ସ FPS ବା FSO ସାମିଲ ରହିଥାନ୍ତି  । ଏହି ଫୋର୍ସ ପାଖରେ ଥାଏ ଏମିତି କିଛି ଅଧିକାର ଯାହା ଅନ୍ୟ କୌଣସି ସୁରକ୍ଷା ବଳ ପାଖରେ ରହିନଥାଏ  । ଅର୍ଥାତ ବିନା ୱାରେଣ୍ଟିରେ ଜେରା କରିବା, ଗିରଫ କରିବା ଏବଂ ଅନ୍ୟ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାର ଅଧିକାର ରହିଥାଏ  ।

ପୁତିନଙ୍କ ସୁରକ୍ଷା  ଟିମରେ ସାମିଲ ହେବା ସହଜ କଥା ନୁହେଁ  । ବିୟୋଣ୍ଡ ରଷିଆ ୱେବସାଇଟ ସୂଚନା ଅନୁଯାୟୀ ପୁତିନଙ୍କ ବର୍ଡିଗାର୍ଡ ହେବାକୁ ହେଲେ ଅନେକ ଟେଷ୍ଟ ଦେବାକୁ ପଡିଥାଏ  । ଯେଉଁଥିରେ ଅପରେସନ ସାଇକୋଲେଜି, ଶାରୀରିକ ସହନ ଶକ୍ତି, ଶକ୍ତ ଥଣ୍ଡାରେ ବଞ୍ଚିପାରିବା ଏବଂ କଠିନ ଗରମରେ ଝାଳ ନବାହାରିବା ଦରକାର  । ସବୁଠାରୁ ବଡ଼ କଥା ହେଉଛି ଏହି ସୁରକ୍ଷା ବଳ ସର୍ବଦା ବୁଲେଟପ୍ରୁଫ ଜ୍ୟାକେଟ ପରିଧାନ କରିଥାନ୍ତି  । ଏବଂ ଏମାନଙ୍କ ପାଖରେ ରହିଥାଏ ବୁଲେଟପ୍ରୁଫ ବ୍ରିଫକେସ ଓ ଋଷିଆ ନିର୍ମିତ 9ମିମି SR1 ବେଷ୍ଟର ପିସ୍ତଲ  ।

କେବଳ ଏତିକି ନୁହେଁ ରାଷ୍ଟ୍ରପତି ପୁତିନ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଖାଦ୍ୟ ଯାଞ୍ଚ କରାଯାଇଥାଏ  । ଜଣେ ସୁରକ୍ଷାକର୍ମୀ ଏହାକୁ ପ୍ରଥମେ ଖାଇଥାନ୍ତି  । ଫଳରେ ଖାଦ୍ୟରେ ବିଷ ମିଶିଛି କି ନାହିଁ ଜଣାପଡିଥାଏ  । ଯେଉଁ ସ୍ଥାନକୁ ପୁତିନ ଯାତ୍ରା କରିଥାନ୍ତି  ।ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ ମାସାଧିକ ଆଗରୁ ଏକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥାଏ  । ସେଠାରେ ଏକ ଟିମ୍ ନିୟୋଜିତ ରହିଥାଏ  । ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା, ପରିବେଷ ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନଜର ରଖାଯାଇଥାଏ  । ସେହିପରି ସଡକରେ ଯେତେବେଳେ ପୁତିନ ଯାଇଥାନ୍ତି, ସେତେବେଳେ ତାଙ୍କ କାରକେଡ ସହ ଯାଇଥାଏ ଅସ୍ତ୍ରଶସ୍ତ୍ର  । AK 47 , ଗ୍ରେନେଡ ଲଞ୍ଚର ଏବଂ ଏୟାରକାର୍ଫ୍ଟ ମିସାଇଲ ଲଞ୍ଚର ମଧ୍ୟ ଯାଇଥାଏ । ଯେତେବେଳେ ପୁତିନ ଭିଡ ମଧ୍ୟରେ ଗସ୍ତ କରିଥାନ୍ତି ସେହି ସମୟରେ ତାଙ୍କୁ ଘେରି ରହିଥାଏ ଚାରି ସ୍ତରୀୟ ସୁରକ୍ଷା ଟିମ୍  । ପୁତିନଙ୍କ ପାଖରେ ଥିବା ଟିମ୍ ହିଁ କେବଳ ଦେଖାଯାଇଥାନ୍ତି । କିନ୍ତୁ ଅନ୍ୟ ତିନୋଟି ଟିମ୍ ଅଦୃଶ୍ୟ ଭାବେ ରହିଥାନ୍ତି ।