ମହିଳା ବିଶ୍ୱକପରେ ଭାରତୀୟ ମହିଳା ଦଳର ଉପ-ଅଧିନାୟକ ହେବେ ହରମନପ୍ରୀତ

1 min read

ନୂଆଦିଲ୍ଲୀ: ୪ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ୱକପ । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତ ମହିଳା ଦଳ ତା’ର ଉପଅଧିନାୟକ ନାମ ଘୋଷଣା କରିଛି । ଭାରତୀୟ ଦଳର ଅଧିନାୟକ ମିତାଲୀ ରାଜ୍ ହରମନପ୍ରୀତ କୌରଙ୍କୁ ମହିଳା ବିଶ୍ୱକପ ଦଳର ଉପ ଅଧିନାୟକ ଭାବରେ ଘୋଷଣା କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦୁଇ ଦିନିକିଆ ମ୍ୟାଚରେ ଦିପ୍ତି ଶର୍ମାଙ୍କୁ ଉପ-ଅଧିନାୟକ ନିଯୁକ୍ତି ଦିଆଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଚତୁର୍ଥ ଦିନିକିଆରେ ହରମନପ୍ରୀତ କୌରଙ୍କ ଅନୁପସ୍ଥିତିରେ ଦିପ୍ତି ଶର୍ମାଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ପଞ୍ଚମ ଦିନିକିଆରେ ହରମନପ୍ରୀତ ଦଳକୁ ଫେରିବା ପରେ ମଧ୍ୟ ଦିପ୍ତିଙ୍କୁ ଉପଅଧିନାୟକ ଭାବରେ ରଖାଯାଇଥିଲା ।

ବିଶ୍ୱକପ ଆରମ୍ଭ ହେବାର ଠିକ୍ ଏକ ସପ୍ତାହ ପୂର୍ବରୁ ଭାରତୀୟ ମହିଳା ଟିମର ଅଧିନାୟକ ମିତାଲୀ ରାଜ୍ ହରମନପ୍ରୀତ କୌରଙ୍କୁ ଉପ-ଅଧିନାୟକ ନିଯୁକ୍ତି ଦେଇଛନ୍ତି । ପ୍ରେସ ରିଲିଜ୍ ଜିରିଆରେ ମିତାଲୀ ରାଜ୍ ଏହାର ସୂଚନା ଦେଇଛନ୍ତି । ମିତାଲୀ କହିଛନ୍ତି କି ଦିପ୍ତିଙ୍କୁ ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଉପଅଧିନାୟକ କରିବାର ନିଷ୍ପତ୍ତି ସିଲେକ୍ଟର୍ସ ଓ ବିସିସିଆଇର ରହିଥିଲା । ସୂଚନା ଅନୁସାରେ ଭାରତୀୟ ଦଳର ବିଶ୍ୱକପ ଅଭିଯାନ ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୬ରେ ପାକିସ୍ତାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ ।

 

Leave a Reply