ଆରମ୍ଭ ହେଲା ଯୁଦ୍ଧ, ୟୁକ୍ରେନ ବିପକ୍ଷରେ ’ସେନା ଅପରେସନ’ ପାଇଁ ନିର୍ଦ୍ଦେଶ ଦେଲେ ପୁଟିନ୍
1 min readନୂଆଦିଲ୍ଲୀ: ଆରମ୍ଭ ହେଲା ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆଜି ଯୁଦ୍ଧର ରୂପ ନେଇଛି । ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ସେନା ଅପରେସନ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା । ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଋଷ ପୂର୍ବ ୟୁକ୍ରେନରେ ସାମରିକ ଅପରେସନ କରିବ । ଏହା ସହ ପୁଟିନ୍ ଚେତାବନୀ ଦେଇଛନ୍ତି ଯେ ଋଷର କାର୍ଯ୍ୟରେ ଯେକୌଣସି ଦେଶ ହସ୍ତକ୍ଷେପ କରିବେ ତାହାଲେ ତାହାର ପରିଣାମ ଭୟଙ୍କର ହେବ । ଏହା ସହ ପୁଟିନ୍ ୟୁକ୍ରେନ ସେନାଙ୍କୁ ଆତ୍ମସମର୍ପଣ କରି ଘରକୁ ଯିବାକୁ ଆହ୍ୱାନ କରିଛନ୍ତି ।
Anyone who tries to interfere with us, or even more so, to create threats for our country & our people, must know that Russia’s response will be immediate and will lead you to such consequences as you have never before experienced in your history: Russian President Vladimir Putin pic.twitter.com/xSCWPTByWv
— ANI (@ANI) February 24, 2022
Our plans (of special military operation) in Ukraine do not include occupying Ukrainian territory. We will aim at demilitarization and denazification of Ukraine : Russian President Vladimir Putin in his address pic.twitter.com/YZLh3PWQw3
— ANI (@ANI) February 24, 2022