spot_img

Latest Posts

ରାଜଧାନୀର କାକୁଡ଼ି ମଉସା: ଗୀତ ଶୁଣାନ୍ତି ଆଉ କାକୁଡ଼ି ଖୁଆନ୍ତି

ଭୁବନେଶ୍ୱର: ବୟସର ଅପରାହ୍ନରେ ବି ଥକିନି ପାଦ ଥମିନି ସ୍ୱର। କାହା ଆଗରେ ହାତ ନ ପତାଇବା ପାଇଁ କରିଛନ୍ତି ପଣ। ସେଥିପାଇଁ ସ୍ୱାଭିମାନକୁ ସାମର୍ଥ୍ୟ କରି ବିକୁଛନ୍ତି  କାକୁଡ଼ି। ଆଉ ଗାଉଛନ୍ତି ରୋମାଣ୍ଟିକ ହିନ୍ଦୀ ଗୀତ। ଦୁଇପୁଅ ଚାକିରିଆ, ଚାହିଁଲେ ଘରେ ବସି ଆରମରେ ଜୀବନର ବଳକା ସମୟ କାଟି ପାରିବେ। ହେଲେ ଆରାମ ହେଉଛି ବଡ଼ ହାରାମ ସେଥିପାଇଁ ବୋଧେ ଆପଣାଇଛନ୍ତି କାକୁଡ଼ି ବେପାରକୁ।

ନାଁ କଳାକାର ଦାସ। ବୟସ ୬୫। କିନ୍ତୁ ପରିଣତ ବୟସରେ ଉଭୟ ନିଶା ଓ ପେଶା ସହ ସକାଳ ହେଲେ ରାସ୍ତାକୁ ଓହ୍ଲାଉଛନ୍ତି ଏହି ମଉସା ଜଣଙ୍କ। ନିଜର କାକୁଡି ଝୁଡ଼ି ଧରି ପେଟ ପୋଷିବା ପାଇଁ ଛକ ରୁ ଛକ କୁ ବୁଲୁଛନ୍ତି ସିନା ହେଲେ ନିଶା ଗୀତ ଗାଇବା। ଶୁଣନ୍ତୁ କେତେ ସୁମଧୁର ସ୍ୱରରେ ଗୀତ ଗାଉଛନ୍ତି ମଉସା ଜଣଙ୍କ। କେୟାର ଟେକର ଚାକିରୀ ରୁ ଅବସର ପରେ କାକୁଡି ବେପାର କୁ ଆପଣାଇଛନ୍ତି । ଗରାଖ ମଧ୍ୟ କାକୁଡି ଖାଇବା ସହ ମଉସା ଙ୍କ ଗୀତ ଶୁଣିବାକୁ ଅଟକି ଯାଉଛନ୍ତି। ତେବେ କେବେଠୁ ସେ ଏହି ବେପାରକୁ ଆପଣାଇଥିଲେ, ସଙ୍ଗୀତ କ୍ଷେତ୍ରରେ କାହିଁକି ତାଙ୍କର ଏଭଳି ଆଗ୍ରହ, ଆସନ୍ତୁ ଜାଣିବା ।

Latest Posts

Don't Miss