ଆଉ ନାହାନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁ
1 min readକେପଟାଉନ: ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଦକ୍ଷିଣ ଆଫ୍ରିକାର ଜନପ୍ରିୟ ନେତା ଆର୍କବିଶପ୍ ଡେସମଣ୍ଡ ଟୁଟୁଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟର ଅବସାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ ଟୁଟୁ । ତାଙ୍କ ମୃତ୍ୟୁର ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା ଶୋକ ବ୍ୟକ୍ତ କରିଛନ୍ତି ।
Desmond Tutu was a patriot without equal; a leader of principle and pragmatism who gave meaning to the biblical insight that faith without works is dead. We pray that Archbishop Tutu’s soul will rest in peace but that his spirit will stand sentry over the future of our nation. pic.twitter.com/ULGzhOOn9E
— Cyril Ramaphosa ?? (@CyrilRamaphosa) December 26, 2021
କେବଳ ଦକ୍ଷିଣ ଆଫ୍ରିକା ନୁହେଁ ସାରା ବିଶ୍ୱରେ ସେ ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ହେଉଥିବା ଆନ୍ଦୋଳନର ପ୍ରେରଣାଦାତା ଥିଲେ । ସେ ୭ ଅକ୍ଟୋବର ୧୯୩୧ରେ ଜନ୍ମ ଗ୍ରହଣ କରିଥିଲେ । ମାନବାଧିକାର ପ୍ରତିଷ୍ଠା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୧୯୮୫ରୁ ୧୯୮୬ ଯାଏ ଜୋହନ୍ସବର୍ଗର ବିସପ ଥିଲେ ଏବଂ ୧୯୮୬ରୁ ୧୯୯୬ ଯାଏ କେପ୍ ଟାଉନର ଆର୍କବିଶପ୍ ଥିଲେ ।
କ୍ଲର୍କସଡ୍ରପରେ ଜନ୍ମିତ ଡେସମଣ୍ଡ ସାରା ଜୀବନ ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଲଢେଇ କରିଥିଲେ । ୧୯୮୦ ଦଶକରେ ସେ ଏହି ଆନ୍ଦୋଳନ ଜରିଆରେ ସାରା ବିଶ୍ୱରେ ଜଣେ ଚର୍ଚ୍ଚିତ ନେତା ଭାବେ ଉଭା ହୋଇଥିଲେ । ତାଙ୍କୁ ୧୯୮୪ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଟୁଟୁ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଆଙ୍ଗଲିକାନ ଚର୍ଚ୍ଚରେ ବିଶପ୍ ହେବାର ସୁଯୋଗ ପାଇଥିଲେ । ଦେଶରେ ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ହେବା ପରେ ନବଗଠିତ ସତ୍ୟ ଓ ସ୍ୱୀକାର ଆୟୋଗ ବା ଟିଆରସିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଅନ୍ୟତମ ବର୍ଣ୍ଣବୈଷମ୍ୟ ବିରୋଧୀ ନେତା ନେଲସନ ମାଣ୍ଡେଲାଙ୍କ ସମକାଳୀନ ନେତା ଭାବେ ସେ ଏହି ଆନ୍ଦୋଳନକୁ ଆଗେଇ ନେଇଥିଲେ । ଦକ୍ଷିଣ ଆଫ୍ରିକାରେ କୃଷ୍ଣକାୟଙ୍କ ଉପରେ ଗୋରାମାନଙ୍କ ଆକ୍ରମଣ ବିରୋଧରେ ସେ ଅନେକ ଆନ୍ଦୋଳନର ରଥୀ ଥିଲେ ।