spot_img

Latest Posts

ଫାର୍ମ ହାଉସରେ କାଟୁଥିଲେ କେକ୍‌ ସଲମାନଙ୍କୁ କାମୁଡ଼ିଦେଲା ସାପ

ମୁମ୍ବାଇ: ସଲମାନଙ୍କୁ କାମୁଡ଼ିଦେଲା ସାପ। ରାତି ଅଧରେ ସୁପରଷ୍ଟାରଙ୍କୁ ସର୍ପାଘାତ। ବାର୍ଥ ଡ଼େ ସେଲିବ୍ରେସନ କରୁଥିଲେ ଭାଇଜାନ, ଆଉ ସେତିକିବେଳେ ବିଶଧର ସାପ ଚୋଟ ମାରିଥିବା ଜଣାପଡ଼ିଛି। ଏ ଘଟଣା ଶନିବାର ବିଳମ୍ବିତ ରାତିର। ସୂଚନା ମୁତାବକ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନ ଡିସେମ୍ବର ୨୭ ରେ। ଏହା ପୂର୍ବରୁ ସାଙ୍ଗ ମାନଙ୍କ ସହ ନିଜ ଫାର୍ମ ହାଉସ ପନବେଲ୍ ରେ ବାର୍ଥଡେ ସେଲିବ୍ରେସନ କରୁଥିଲେ ସଲମାନ। ଏହି ସମୟରେ ତାଙ୍କ ହାତରେ ଆଘାତ ଅନୁଭବ ହୋଇଥିଲା। କିନ୍ତୁ କେମିତି ଓ କାହିଁକି ହୋଇଥିଲା ଜାଣି ପାରିନଥିଲେ ସଲମାନ। ସାମ୍ନାରେ ଏକ ସାପ ଫଣା ଟେକି ଠିଆ ହୋଇଥିବା ଦେଖିଥିଲେ। ପରେ ଜୋରରେ ପାଟିକରି ଉଠିଥିଲେ ସଲମାନ।

ସଲମାନଙ୍କ ହାତରେ ସାପ ଚୋଟର ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ ତୁରନ୍ତ ମହାରାଷ୍ଟ୍ରର ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୭ରୁ ୮ ଘଣ୍ଟା ଧରି ସଲମାନଙ୍କ ଚିକିତ୍ସା ଚାଲିଥିଲା। ଏହାପରେ ତାଙ୍କୁ ଡିସାର୍ଜ କରିଦିଆଯାଇଥିବା ଜଣା ପଡ଼ିଛି। ବର୍ତ୍ତମାନ ସଲମାନ ସୁସ୍ଥ ଥିବା ସୂଚନା ଦିଆଯାଇଛି। ସେପଟେ ଡାକ୍ତରଙ୍କ କହିବା ମୁତାବିକ ଚୋଟ ମାରିଥିବା ସାପ ସେତେ ପରିମାଣର ବିଷଧର ନୁହେଁ। ଯେଉଁଥିପାଇଁ ସଲମାନ ବର୍ତ୍ତି ଯାଇଛନ୍ତି।

ରିପୋର୍ଟ ମୁତାବକ ଘଞ୍ଚ ଜଙ୍ଗଲ ଭିତରେନ ରହିଛି ସଲମାନଙ୍କ ଫାର୍ମ ହାଉସ। ଭାଇଜାନଙ୍କ ଫାର୍ମ ହାଉସ ପନବେଲ ବେସ ପ୍ରଶସ୍ତ। ଏହାର ଚତୁପାର୍ଶ୍ୱରେ କେବଳ ଜଙ୍ଗଲ ଆଉ ଜଙ୍ଗଲ। ଏହି ଅଞ୍ଚଳରେ ବହୁତ ସାପ ଦେଖିବାକୁ ମିଳିଥାନ୍ତି। ଏମିତିକି ଫାର୍ମ ହାଉସ ଭିତରେ ମଧ୍ୟ ପୂର୍ବରୁ ସାପ ଦେଖିବାକୁ ମିଳିଛି। ଯେଉଁଥିପାଇଁ ସଲମାନ ଖାନ୍ ଫାର୍ମ ହାଉସକୁ ଦେଖା ରଖା କରିବାକୁ କିଛି ଲୋକଙ୍କୁ ନିୟୋଜିତ କରିଛନ୍ତି।

Latest Posts

Don't Miss