ନୌସେନାରୁ ଅବସର ନେଲା INS ଖୁକ୍ରି, ୩୨ ବର୍ଷ ଧରି ଭାରତୀୟ ନୌସେନାକୁ ଦେଇଥିଲା ଅତୁଳନୀୟ ସେବା
1 min readବିଶାଖାପାଟଣା: ସେବାରୁ ବିଦାୟ ନେଲା ଆଇଏନଏସ ଖୁକ୍ରି । ଦୀର୍ଘ ୩୨ ବର୍ଷର ଅତୁଳନୀୟ ତ୍ୟାଗ ପରେ ଶେଷରେ ନୌସେନାରୁ ଅବସର ନେଇଛି ଖୁକ୍ରି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ନିକ୍ଷେପକାରୀ ଏହି ଜାହାଜର ବିଦାୟ ପର୍ବ ଲାଗି ଏକ ସଭା ଆୟୋଜିତ ହୋଇଥିଲା । ଏହାର ବିଦାୟୀ ଉତ୍ସବ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାହାଜରୁ ଜାତୀୟ ପତାକା ଓ ଡିକମିଶନିଂ ପେନେଣ୍ଟ କୋଷ ସୂର୍ଯ୍ୟାସ୍ତରେ ଓହ୍ଲାଇ ଦିଆଯାଇଥିଲା।
Visakhapatnam | INS Khukri, the first of the indigenously built Missile Corvettes, was decommissioned after 32 years of service on 23 Dec. During her service, the ship was commanded by 28 Commanding Officers and traversed a distance of over 6,44,897 nautical miles: Indian Navy pic.twitter.com/is9VHRmYpw
— ANI (@ANI) December 24, 2021
ନୌସେନାରୁ ଆଇଏନଏସ ଖୁକ୍ରିର ବିଦାୟୀ କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ କମାଣ୍ଡ ଭାଇସ ଆଡମିରାଲ ବିଶ୍ବଜିତ ଦାସଗୁପ୍ତା, ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ । ୧୯୮୯ ଅଗଷ୍ଟ ୨୩ରେ ମାଜାଗାଁ ଡକ୍ ସିପବିଲଡର୍ସ ଦ୍ବାରା ଏହି ଜାହାଜ ନିର୍ମିତ ହୋଇଥିଲା । ସେତେବେଳେ ଏହି ଜାହାଜକୁ ଲୋକାର୍ପିତ କରିଥିଲେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପନ୍ଥ ଓ ସ୍ବର୍ଗତ କ୍ୟାପଟେନ ମହେନ୍ଦ୍ର ନାଥ ମୁଲ୍ଲାଙ୍କ ପତ୍ନୀ ସୁଧା ମୁଲ୍ଲା । କାର୍ଯ୍ୟକାଳ ଭିତରେ ଏହି ଜାହାଜର ନେତ୍ବତ୍ବ ନେଇଥିଲେ ୧୮ଜଣ କମାଣ୍ଡିଂ ଅଫିସର । ଏହି ଜାହାଜ ମୋଟ ୬ ଲକ୍ଷ ୪୪ ହଜାର ୮୯୭ ନଟିକାଲ ମାଇଲ ଯାତ୍ରା କରିଛି ।