spot_img

Latest Posts

ଆସିଲା ‘ଓମିକ୍ରନ’ର ଭାଇ ‘ଡେଲମିକ୍ରନ୍’, ଜାଣନ୍ତୁ କେତେ ବିପଜ୍ଜନକ ଡେଲମିକ୍ରନ୍

ନୂଆଦିଲ୍ଲୀ: ବିଗତ ଦୁଇ ବର୍ଷ ହେବ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି ମହାମାରୀ କରୋନା ଭାଇରସ । ଚୀନର ପ୍ରଥମେ ଚିହ୍ନଟ ହୋଇ ଏବେ ସାରା ବିଶ୍ୱକୁ ନିଜ କବଳକୁ ନେଇ ସାରିଛି କୋଭିଡ-୧୯ । କରୋନାର ଗୋଟିଏ ଭାରିଆଣ୍ଟ ନଯାଉଣୁ ଆଉ ଏକ ଭାରିଆଣ୍ଟ ଆସିଯାଉଛି । ପ୍ରଥମ ଲହରରେ ଉହାନ ଭାରିଆଣ୍ଟ ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଦ୍ୱିତୀୟ ଲହରରେ ମୃତ୍ୟୁର ତାଣ୍ଡବ ରଚିଥିଲା ଡେଲଟା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟ ନଯାଉଣୁ କରୋନାର ଆଉ ଏକ ଭାରିଆଣ୍ଟ ‘ଓମିକ୍ରନ’ ସାରା ବିଶ୍ୱର ପୁଣି ଥରେ ଆତଙ୍କ ଖେଳାଇଛି । ତେବେ ଓମିକ୍ରନ ସଂକ୍ରମଣ ମଧ୍ୟରେ ‘ଓମିକ୍ରନ ଭାଇ’ ମଧ୍ୟ ଆସିସାରିଲାଣି । ଆମେରିକା ଓ ୟୁରୋପରେ ଦିନକୁ ଦିନ ସ୍ଥିତି ଖରାପ ହେବାର ଲାଗିଛି । କୁହାଯାଉଛି କି ସେଠାରେ ‘ଡେଲିମକ୍ରମ ପ୍ରବାହ’ ଜାରି ରହିଛି ।

କିଛି ବିଶେଷଜ୍ଞ କହିବା ଅନୁସାରେ ଆମେରିକା ଓ ୟୁରୋପରେ ଜାରି ରହିଥିବା ଲହର ହେଉଛି ଡେଲମିକ୍ରନ୍ ଲହର । ମହାରାଷ୍ଟ୍ର ସରକାରଙ୍କ ଟାସ୍କ ଫୋର୍ସ ସଦସ୍ୟ ଶଶାଙ୍କ ଯୋଶୀ କହିଛନ୍ତି କି ଆମେରିକା ଓ ୟୁରୋପରେ ଡେଲମିକ୍ରନ କାରଣରୁ ସଂକ୍ରମଣ ସୁନାମୀ ଆସିଛି । ସେ ଆହୁରି କହିଛନ୍ତି କି ଏବେ ଦେଖିବାର ବିଷୟ ହେଉଛି ଭାରତରେ ଓମିକ୍ରନ୍ ଫଳରେ କେତେ କେସ୍ ସାମ୍ନାକୁ ଆସିଛି ।

ଯୋଶୀ ଆହୁରି କହିଛନ୍ତି କି ଭାରତରେ ହାଇବ୍ରିଡ ପ୍ରତିରୋଧକ ଶକ୍ତି ଅଛି | ଯୋଶୀ କହିଛନ୍ତି ଯେ ମୁମ୍ବାଇ ଏବଂ ଦିଲ୍ଲୀରେ କରାଯାଇଥିବା ସେରୋ ସର୍ଭେରୁ ଜଣାପଡିଛି ଯେ ସର୍ଭେ କରାଯାଇଥିବା ଜନସଂଖ୍ୟାର ୯୦ ପ୍ରତିଶତ ଲୋକଙ୍କୁ କରୋନା ହୋଇଥିଲା । ସେ କହିଛନ୍ତି ଯେ ୮୮ ପ୍ରତିଶତ ଭାରତୀୟ ଅତିକମରେ ଗୋଟିଏ ଡୋଜ ଟିକା ନେଇଛନ୍ତି। ଏଭଳି ପରିସ୍ଥିତିରେ ଟୀକାକରଣ ଉପରେ ସରକାର ଏବଂ ବିଶେଷଜ୍ଞଙ୍କ ସମ୍ପୂର୍ଣ୍ଣ ଗୁରୁତ୍ୱ ରହିଛି। ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସାମାଜିକ ଦୂରତା ଅନୁସରଣ କରିବାକୁ କୁହାଯାଉଛି ବୋଲି କହିଛନ୍ତି ଶଶାଙ୍କ ଯୋଶୀ ।

 

Latest Posts

Don't Miss