spot_img

Latest Posts

ଖଣ୍ଡଗିରି ଏମ୍ସ ରୋଡ୍‌ରେ ସିରିଜି ଚୋରି, ୪ଟି ଔଷଧ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟ

ଭୁବନେଶ୍ୱର: ଖଣ୍ଡଗିରି ଏମ୍ସ ରୋଡ୍‌ରେ ସିରିଜି ଚୋରି। ୪ଟି ମେଡ଼ିସିନ ଦୋକାନରୁ ନଗଦ ୩ ଲକ୍ଷ ଓ ଔଷଧ ଚୋରି ହୋଇଛି। ନଗଦ ଟଙ୍କା ଓ ଔଷଦ ମିସାଇଲେ ୧୦ ଲକ୍ଷ ଟଙ୍କା ହେବ। ଗତକାଲି ବିଳମ୍ବିତ ରାତିରେ ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସଟର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା। ଏଲଇସିଡି ଏବଂ ସିସିଟିଭି କ୍ୟାମେରା ମଧ୍ୟ ଏକ ଦୋକାନରୁ ଲୁଟ କରିଛନ୍ତି। ପୋଲିସ୍‌କୁ ବାରମ୍ବାର ଚ୍ୟାଲେଞ୍ଚ ଦେଉଛନ୍ତି ଲୁଟେରା। ଯଦି ଦେଖିବା କିଛିଦିନ ତଳେ ସିଆର୍‌ପି ଛକର କିଛି ସୁନା ଦୋକାନରୁ ଲୁଟ ହୋଇଥିଲା ସୁନା। ଯେଉଁ ଲୁଟେରା ମାନଙ୍କୁ ଏପର୍ଯ୍ୟନ୍ତ ଧରିନାହିଁ ପୋଲିସ୍‌। ଆଉ ତାହାର କିଛି ଦିନ ପରେ ପୁଣି ସିରିଜ ଲୁଟ। ପୋଲିସ୍‌ର ପେଟ୍ରୋଲିଂ କମ୍‌ ଥିବାରୁ ଏଭଳି ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ। ତେବେ ଟଙ୍କା ସହ ବେବି ଫୁଡ ହର୍ଲିକ୍ସ ମଧ୍ୟ ଚୋରୀ କରିଛନ୍ତି।

Latest Posts

Don't Miss