ମାଓ ଅଞ୍ଚଳରେ ଆଉ ଏକ କ୍ୟାମ୍ପ ପ୍ରତିଷ୍ଠା କଲା ବିଏସଏଫ୍
1 min readମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବିଏସଏଫର ଆଉ ଏକ କ୍ୟାମ୍ପ । ମାଲକାନଗିରିର ଘନବେଡ଼ାରେ ଓଡ଼ିଶା ପୋଲିସ ଓ ବିଏସଏଫ୍ ପକ୍ଷରୁ ଆଉ ଏକ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । କ୍ୟାମ୍ପ ପ୍ରତିଷ୍ଠା ପାଇଁ ବିଏସଏଫକୁ ସାହାଯ୍ୟ ସହଯୋଗ କରିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ ।
Congratulate @odisha_police and @BSFODISHA on setting up a camp at Ghanbeda, further expanding presence in #SwabhimanAnchal, a Maoist stronghold. The expansion of presence in the left wing heartland will further reassure people and facilitate speedy development in the region. https://t.co/QA86vjlZoC
— CMO Odisha (@CMO_Odisha) December 9, 2021
ଏନେଇ ଓଡ଼ିଶା ପୋଲିସ ଓ ବିଏସଏଫକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଭିମାନ ଅଞ୍ଚଳର ଘନବେଡ଼ାରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମିର ଦ୍ରୁତ ବିକାଶ ସହ ନକ୍ସଲଙ୍କ ମୁକାବିଲା ହୋଇ ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।