ଭିନ୍ନ ଭିନ୍ନ କମ୍ପାନୀର କରୋନା ଟିକାରୁ ସୃଷ୍ଟି ହେଉଛି ଜବରଦସ୍ତ ପ୍ରତିଷେଧକ କ୍ଷମତା

1 min read

ଲଣ୍ଡନ: କରୋନା ଟିକାର କକ୍‌ଟେଲ ଡୋଜ ବଢ଼ାଇବ ରୋଗ ପ୍ରତିଷେଧକ କ୍ଷମତା । ଆଷ୍ଟ୍ରାଜେନିକା ଓ ଫାଇଜର ଟିକାର ପ୍ରଥମ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ଭାବେ ମଡର୍ଣ୍ଣା କିମ୍ୱା ନୋଭାବେକ୍ସ ଟିକା ନେବା ଦ୍ୱାରା କୋଭିଡ-୧୯ ବିରୋଧରେ ପ୍ରତିଷେଧକ କ୍ଷମତା ବୃଦ୍ଧି ହୋଇଥାଏ । କିଛି ଏଭଳି ତଥ୍ୟ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ମ୍ୟାଗାଜିନ୍ ଲେସେଣ୍ଟରେ ପ୍ରକାଶିତ । ୧ହଜାର ୭୦ଜଣଙ୍କୁ ନେଇ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଜଣାପଡ଼ିଛି ।

ବ୍ରିଟେନରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଅଧ୍ୟୟନରେ ଜଣାପଡ଼ିଛି ଯେ, ଆଷ୍ଟ୍ରାଜେନିକା କିମ୍ୱା ଫାଇଜର ଟିକା ପ୍ରଥକ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ଭାବେ ମଡର୍ଣ୍ଣା କିମ୍ୱା ନୋଭାବେକ୍ସ ଟିକା ଲଗାଇବା ଦ୍ୱାରା ପ୍ରତିଷେଧକ କ୍ଷମତା ଅଧିକ ଦୃଢ଼ ହୋଇଥାଏ । ବିଶ୍ୱବିଦ୍ୟାଳୟ ଆସୋସିଏଟ୍ ଫ୍ରଫେସର ମେଥ୍ୟୁ ସ୍ନେପ କହିଛନ୍ତି, ଏହି ପ୍ରକାରର ଗବେଷଣା ନେଇ ଧନ୍ୟବାଦ । ଏହା ଦ୍ୱାରା ଆମେ ଜାଣିପାରିଲେ ଯେ, ଭିନ୍ନ ଭିନ୍ନ କୋଭିଡ ଟିକା କିଭଳି ନେଇପାରିବା ।

ସୂଚନା ଯୋଗ୍ୟ ଯେ, ଭାରତରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଟିକା କୋଭିସିଲ୍ଡ ନାମରେ ବ୍ୟବହାର ହେଉଛି । ଅନ୍ୟ ପକ୍ଷରେ କରୋନାର ନୂଆ ରୂପ ଓମିକ୍ରନ ବ୍ୟାପିବାକୁ ରୋକିବା ନେଇ ବ୍ରିଟେନ ସରକାର ମଙ୍ଗଳବାର ଠାରୁ ନୂଆ ନିୟମ ଲାଗୁ କରିଛନ୍ତି । ଯାହା ଦ୍ୱାରା ଭାରତ ସମେତ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀ ନିଜ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ କୋଭିଡ-୧୯ ପରୀକ୍ଷା କରାଇନେବେ । ଓମିକ୍ରନ ସନ୍ଧିଗ୍ଧ ପ୍ରଥମ ୧୦ ଦିନ ନିଜକୁ ଆଇସୋଲେସନ୍‌ରେ ରଖିବେ । କୋଭିଡର ଉଭୟ ଡୋଜ ନେଇସାରିଥିବା ଲୋକଙ୍କ ପାଇଁ ମଧ୍ୟ ସମାନ ନିୟମ ।

ଅନ୍ୟପକ୍ଷରେ ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ୍ ଜାବେଦ ସଂସଦରେ କହିଛନ୍ତି କି ଦେଶରେ କରୋନାର ନୂଆ ଭାରିଆଣ୍ଟର ୩୩୬ ମାମଲା ସାମ୍ନାକୁ ଆସିଛି । ଇଂଲଣ୍ଡରେ କରୋନାର ଗୋଷ୍ଠୀ ସଂକ୍ରମଣ ମଧ୍ୟ ଆରମ୍ଭ ହୋଇସାରିଛି । ଇଂଲଣ୍ଡରେ ଏପର୍ଯ୍ୟନ୍ତ ୨୬୧ ମାମଲା ସାମ୍ନାକୁ ଆସିଛି । ସେହିପରି ସ୍କଟଲାଣ୍ଡରେ ୭୧ ଏବଂ ଓ୍ୱେଲ୍ସରେ ୪ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି ବୋଲି ସଂସଦରେ କହିଛନ୍ତି ସାଜିଦ୍ ଜାବେଦ । ସଂସଦରେ ସାଜିଦ୍ ଜାବେଦ ଆହୁରି କହିଛନ୍ତି କି ଅଧିକାଂଶ କେସ୍ ଏମିତି ରହିଛି କି ଯେଉଁମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ତେବେ ଆମେ ଏହାକୁ ଦେଖି କହୁଛୁ କି ବ୍ରିଟେନର କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି । ଜାବେଦ ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ଜାରି ହୋଇଥିବା ଡାଟାକୁ ମଧ୍ୟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁସାରେ ଓମିକ୍ରନର ସମୟସୀମା ଡେଲଟା ଭାରିଆଣ୍ଟଠାରୁ କମ୍ ବୋଲି କୁହାଯାଇଛି । ସେ ଆହୁରି କହିଛନ୍ତି କି ଏପର୍ଯ୍ୟନ୍ତ ଏହା ମଧ୍ୟ ଜଣାପଡ଼ିନାହିଁ କି ଓମିକ୍ରନ୍ ଭାରିଆଣ୍ଟ କେତେ ଭୟଙ୍କର ଏବଂ ଟୀକା ଏହି ଭାରିଆଣ୍ଟ ଉପରେ କେତେ ପ୍ରଭାବ ପକାଇବ ।

ଏଥିସହିତ ପଢ଼ନ୍ତୁ: ଓମିକ୍ରନ୍ ଆତଙ୍କ, ବ୍ରିଟେନରେ ଗୋଷ୍ଠୀ ସଂକ୍ରମଣ

Leave a Reply