ୟୁପି ନିର୍ବାଚନ ଜିତିବା ପାଇଁ ଆଜି ଦିଲ୍ଲୀରେ ରଣନୀତି କରିବ ବିଜେପି

1 min read

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଉତ୍ତରପ୍ରଦେଶରେ ରାଜନୖତିକ ସରଗରମ ଆରମ୍ଭ ହୋଇସାରିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି ତା’ର ଚେଷ୍ଟା ଆରମ୍ଭ କରିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବରିଷ୍ଠ ବିଜେପି ନେତା ଗୋଟିଏ ପରେ ଗୋଟିଏ ୟୁପି ଗସ୍ତ କରି ସେଠାରେ ବିଜେପିର ମାହୋଲ ବନାଇବାରେ ଚେଷ୍ଟା କରୁଛନ୍ତି । ତେବେ ଗୁରୁବାର ଦିଲ୍ଲୀରେ ୟୁପି ନିର୍ବାଚନର ରଣନିତୀ ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଯେଉଁ ବୈଠକରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କାର୍ଯ୍ୟକ୍ରମ ଓ ମୁଦ୍ଦା ଆଧାରରେ ପ୍ରଚାର ଓ ନିର୍ବାଚନ ଅଭିଯାନକୁ ନେଇ ମନ୍ଥନ କରାଯିବ ।

୨୦୨୨ ୟୁପି ନିର୍ବାଚନକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସଂଗଠଡ଼ ମହାମନ୍ତ୍ରୀ ବିଏଲ ସନ୍ତୋଷ, ୟୁପି ପ୍ରଭାରୀ ରାଧାମୋହନ ସିଂହ, ୟୁପି ନିର୍ବାଚନ ପ୍ରଭାରୀ ର୍ଧମେନ୍ଦ୍ର ପ୍ରଧାନ, ୟୁପି ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ଏବଂ ୟୁପି ସଂଗଠନ ମହାମନ୍ତ୍ର ସୁନୀଲ ବଂସଲ ଉପସ୍ଥିତ ରହିବେ । ଭାରତୀୟ ଜନତା ପାର୍ଟି ୟୁପିରେ ୨୦୧୭ ପରି ୩୦୦ରୁ ଅଧିକ ସିଟ୍ ଜିତିବା ପାଇଁ ଲକ୍ଷ୍ୟ ରଖିଛି । କିନ୍ତୁ ଦୁଇ- ତିନି ଦଶନ୍ଧି କଥା ଯଦି ଦେଖିବା ତାହାଲେ କ୍ଷମତାରେ ଥିବା ପାର୍ଟି ନିର୍ବାଚନ ଜିତି ପାରିନାହିଁ । ଏପରି ସ୍ଥିତିରେ ବିଜେପି ୨୦୨୨ ନିର୍ବାଚନକୁ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ବିଜେପି ।

ଜେପି ନଡ୍ଡା ୟୁପି ନିର୍ବାଚନ ରଣନୀତି ପାଇଁ ଆଜି କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚନ ପାଇଁ ମନ୍ଥନ କରିବେ । ଜେପି ନଡ୍ଡା ଆସନ୍ତା ସପ୍ତାହରେ ଦୁଇ ଦିନ ପାଇଁ ଉତ୍ତରପ୍ରଦେଶ ଗସ୍ତରେ ଯିବେ । ଏହି ସମୟରେ ସେ ବୁଥ୍ କାର୍ଯ୍ୟକର୍ତ୍ତଙ୍କୁ ନିର୍ବାଚନ ଜିତିବା ପାଇଁ ମନ୍ତ୍ର ଦେବେ । ଜେପି ନଡ୍ଡା ୨୨ ନଭେମ୍ବରରେ ଗୋରଖପୁରରେ ପାର୍ଟିର ବୁଥ୍ ଅଧ୍ୟକ୍ଷଙ୍କ ସହ ବୈଠକ କରିବେ । ସେହିପରି ନଭେମ୍ବର ୨୩ରେ ନଡ୍ଡା କାନପୁର ଅନ୍ତର୍ଗତ ଥିବା ଜିଲ୍ଲାର ସବୁ ବୁଥ୍ ଅଧ୍ୟକ୍ଷଙ୍କ ସହ ବୈଠକ କରି ନିର୍ବାଚନର ସମୀକ୍ଷା କରିବେ । ବୁଥ୍ ଜିତିଲେ ନିର୍ବାଚନ ଜିତିବା । ଏହି ମନ୍ତ୍ରକୁ ଆଧାର କରି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବୁଥ୍ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ବିଜେପି ଅଧ୍ୟକ୍ଷଙ୍କ ପରି ପ୍ରଧାନମନ୍ତ୍ରୀ ମଧ୍ୟ ୟୁପି ନିର୍ବାଚନ ପାଇଁ ରଣନିତୀ ଆପଣେଇ ସାରିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଉତ୍ତରପ୍ରଦେଶରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେର ଉଦଘାଟନ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ନଭେମ୍ବର ଝାଂସୀରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମର ମଧ୍ୟ ଯୋଗ ଦେବେ । ଏହା ପରେ ୨୫ ନଭେମ୍ବରରେ ମୋଦି ଜେବର ଏୟାରପୋର୍ଟର ଶିଳାନାସ୍ୟ ମଧ୍ୟ କରିବେ । ସେହିପରି ବାରଣାସୀରେ ଡିସେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ବନାଥ କୋରିଡରର ଉଦଘାଟନ ମଧ୍ୟ କରିବେ ।

Leave a Reply