ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ’ ନିର୍ମାଣ ଶ୍ରେୟ ନେବାକୁ ବିଜେପି-ସମାଜବାଦୀ ପାର୍ଟି ଟଣାଓଟରା
1 min readଲକ୍ଷ୍ଣୌ: ଉତ୍ତରପ୍ରଦେଶରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଓ୍ବେ ଉଦ୍ଘାଟିତ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩୪୧ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ୍ ଓ୍ବେ ପୂର୍ବ ଓ ପଶ୍ଚିମ ୟୁପିକୁ ଯୋଡ଼ିବ । ଏହାର ନିର୍ମାଣ ଲାଗି ୨୨ହଜାର ୪୯୭କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅନ୍ୟପକ୍ଷରେ ଏହି ଏକ୍ସପ୍ରେସ୍ ଓ୍ବେକୁ ନେଇ ଆରମ୍ଭ ହୋଇଛି କ୍ରେଡିଟ୍ ଓ୍ବାର ।
ଶ୍ରେୟ ନେବାକୁ ବିଜେପି ସମାଜବାଦୀ ପାର୍ଟି ଟଣା ଓଟରା । ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବା ପୂର୍ବରୁ ଏକ୍ସପ୍ରେସ୍ ଓ୍ବେରେ ଫୁଲ ପକାଇବା ସହ ସାଇକେଲ ଚଲାଇ ସମାଜବାଦୀ ପାର୍ଟି ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି । ଲକ୍ଷ୍ନୌରୁ ଗାଜିପୁର ସଂଯୋଗ କରୁଥିବା ଏହି ଏକ୍ସପ୍ରେସ୍ ଓ୍ବେକୁ ନେଇ ସମାଜବାଦୀ ପାର୍ଟି ଲଗାତାର ବିଜେପିକୁ ଟାର୍ଗେଟ କରିଆସୁଛି ।
फ़ीता आया लखनऊ से और नयी दिल्ली से कैंची आई
सपा के काम का श्रेय लेने को मची है ‘खिचम-खिंचाई’आशा है अब तक अकेले में बैठकर लखनऊवालों ने ‘समाजवादी पूर्वांचल एक्सप्रेसवे’ की लंबाई का आँकड़ा रट लिया होगा।
सपा ‘बहुरंगी पुष्पवर्षा’ से इसका उद्घाटन करके एकरंगी सोचवालों को जवाब देगी। pic.twitter.com/AeHDiJYTuH
— Akhilesh Yadav (@yadavakhilesh) November 16, 2021
ଅଖିଳେଶ ୟାଦବ ଏହାକୁ ସମାଜବାଦୀ ପାର୍ଟି ସରକାରର ଉପଲବ୍ଧି କହୁଥିବା ବେଳେ ବିଜେପି ଏହାକୁ ନେଇ ନିଜକୁ ଶ୍ରେୟ ଦେବାରେ ବ୍ୟସ୍ତ । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ପାଇଁ ସରକାରୀ ବସ୍ର ବ୍ୟବହାର କରାଯାଇଛି ଓ ୨ହଜାର ବସ୍ର ରୁଟ୍ ବଦଳା ଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସାଧାରଣ ଲୋକେ ହୀନସ୍ତା ଭୋଗୁଥିବା ଅଭିଯୋଗ ହୋଇଛି।