spot_img

Latest Posts

ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ କାରାଦଣ୍ଡ, ରାୟ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସ ଅଦାଲତ

କଟକ: ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୪ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କଲେ କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ଅନାଦେୟ ୬ମାସ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଅଦାଲତ । ୨୦୧୪ ମସିହାରେ ବାରବାଟୀ ଷ୍ଟାଡିୟମ ନିକଟରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତ ଜଣକ ହେଉଛନ୍ତି ଅଜୟ ସାମଲ।ଏଥିସହ ନାବାଳିକାଙ୍କୁ ୫ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଧେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଅଭିଯୁକ୍ତ ଅଜୟ ସାମଲ ରିକ୍ସା ଚଲାନ୍ତି । ୨୦୧୪ ମସିହାରେ କଟକ ଷ୍ଟେସନବଜାର ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି ବାରବାଟୀ ଷ୍ଟାଡିୟମ ନିକଟରେ ଦୁଷ୍କର୍ମ କରିଥିଲେ । ଘଟଣା ଘଟିବାର ଦୁଇ ଦିନ ପରେ ଚାଇଲଡ଼ ଲାଇନ ନାବାଳିକା ଜଣଙ୍କୁ ଉଦ୍ଧାର କରିଥଲେ ଏବଂ ଏନେଇ ମହିଳା ଥାନାରେ ଏତଲା ଦେଇଥିଲେ । ତେବେ ଏହି ଘଟଣାର ବିଚାରକରି କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ ଅଭିଯୁକ୍ତ ଙ୍କୁ ୧୪ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏଥିସହ ନାବଳିକାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି।

Latest Posts

Don't Miss