କେନ୍ଦୁଝର: ସୀମା ଟପିଗଲା ସ୍ୱାମୀ । ସ୍ତ୍ରୀ ଚରିତ୍ର ସନ୍ଦେହରେ ଘଟାଇବସିଲା ବର୍ବର କାଣ୍ଡ । ଯାହା ଭାଷାରେ ପ୍ରକାଶ ଅସହଜ । ସେଭଳି କିଛି ଘଟଣା ଘଟାଇଛି ନୃସଂସ ସ୍ୱାମୀ । ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ଏବଂ ଗୁପ୍ତାଙ୍ଗରେ ବାଲି ମାଟି ପୁରାଇବା ସହିତ ଅଗ୍ନି ସଂଯୋଗ କରିଥିବା ଅଭିଯୋଗ ହୋଇଛି । ଗୁରୁତର ସ୍ତ୍ରୀ ପ୍ରଥମେ କେନ୍ଦୁଝର ଜିଲ୍ଲା ବଲାଣୀ ସେଲ୍ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡବ୍ଲ୍ୟୁ ହଟିଂ ଠାରେ ।
ସୂଚନା ଅନୁଯାୟୀ, ବଲାଣୀ ଥାନା ଡବ୍ଲ୍ୟୁ ହଟିଂ ର ଆକାଶ ତିରିଆ, ନିଜ ସ୍ତ୍ରୀ ପୂର୍ଣ୍ଣିମାଙ୍କର ଅନ୍ୟ ପୁରୁଷ ସହ ସଂପର୍କ ଥିବା ସନ୍ଦେହ କରି ଶନିବାର ରାତିରେ ନିସ୍ତୁକ ମାଡ଼ ମାରିବା ସହିତ ଜୋର ଜବରଦସ୍ତ ସ୍ତ୍ରୀକୁ ମଦ ପିଆଇ ଏଭଳି ଘଟଣା ଭିଆଇଛି । ଏନେଇ ପରବର୍ତ୍ତୀ ସମୟରେ ବଲାଣୀ ଥାନାରେ ଅଭିଯୋଗ ହୋଇଛି । ଗୁରୁତର ପୂର୍ଣ୍ଣିମାକୁ ପ୍ରଥମେ ବଲାଣୀ ସେଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।
ଏନେଇ ପରିବାରର ଅଭିଯୋଗ ପରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ପତ୍ନୀଙ୍କ ସମ୍ପର୍କୀୟ ତାଙ୍କ ସ୍ୱାମୀକୁ ହିଁ ସିଧାସଳଖ ଅକ୍ଷେପ କରିଛନ୍ତି । ଏହି ଘଟଣା ସେ ଘଟାଇଛନ୍ତି । ମଦ୍ୟପାନ କରି ଏପରି କରିଛନ୍ତି କିନ୍ତୁ କେଉଁ କାରଣରୁ ଏହା ହୋଇଛି ତାହା ଆମେ ଜାଣି ନାହୁଁ ବୋଲି କହିଛନ୍ତି ଚିକିତ୍ସିତ ମହିଳାଙ୍କ ସମ୍ପର୍କୀୟ ।

