ଧୋନିଙ୍କୁ ଟପିଲେ ମୋର୍ଗୋନ
1 min readଦୁବାଇ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ ଦଳର ମେଣ୍ଟର ମହେନ୍ଦ୍ର ସିଂ ଧୋନୀଙ୍କୁ ଟପିଲେ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗୋନା । ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଇଂଲଣ୍ଡ । ଗତକାଲି ଅର୍ଥାତ ସୋମବାର ଖେଳାଯାଇଥିବା ମୁକାବିଲାରେ ଶ୍ରୀଲଙ୍କାକୁ ୨୬ ରନରେ ପରାସ୍ତ କରି ଟି-୨୦ ବିଶ୍ବକପର ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଇଂଲଣ୍ଡ । ତେବେ ଶ୍ରୀଲଙ୍କା ବିପକ୍ଷରେ ଏହି ବିଜୟ ସହ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗୋନ । ଏହି ବିଜୟ ସହ ଟି-୨୦ ଅନ୍ତର୍ଜାତୀୟରେ ସଫଳତମ ଅଧିନାୟକ ହେଉଛନ୍ତି ଇଅନ ମୋର୍ଗୋନା । ସଫଳତମ ଅଧିନାୟକ ମାମଲାରେ ଇଅନ ମୋର୍ଗୋନା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଆପଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଅଫଗାନଙ୍କୁ ଟପିଛନ୍ତି ।
ମୋର୍ଗୋନଙ୍କ ଅଧିନାୟକତ୍ବରେ ଇଂଲଣ୍ଡ ୬୮ଟି ମ୍ୟାଚ ଖେଳିଥିବାବେଳେ ୪୩ଟି ମ୍ୟାଚରେ ବିଜୟ ଲାଭ କରିଛି । ଯେଉଁଥିରେ ଦୁଇଟି ବିଜୟ ସୁପର ଓଭରରୁ ଆସିଛି । ଚଳିତ ଟି-୨୦ ବିଶ୍ବକପରେ କ୍ରିକେଟକୁ ଅଲବିଦା କହିଥିବା ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ୫୨ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି । ଯେଉଁଥିରେ ୪୨ଟି ମ୍ୟାଚରେ ବିଜୟଲାଭ କରିଛି ଆଫଗାନିସ୍ତାନ । ତେବେ ଏହି ଲିଷ୍ଟରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତକୁ ୭୨ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି । ସେଥିମଧ୍ୟରୁ ଭାରତ ୪୨ଟି ମ୍ୟାଚରେ ବିଜୟଲାଭ କରିଥିଲା ।
ମୋର୍ଗୋନା ୨୦୦୬ରେ ଆୟାରଲାଣ୍ଡ ପକ୍ଷରୁ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଏହାପରେ ୨୦୦୯ରେ ମୋର୍ଗାନ ଇଂଲଣ୍ଡ ପାଇଁ ଖେଳିବା ଆରମ୍ଭ କରିଥିଲେ । ୨୦୧୨ ମସିହାରେ ଭାରତ ବିପକ୍ଷରେ ମୋର୍ଗୋନ ପ୍ରଥମ ଥର ପାଇଁ ଅଧିନାୟକତ୍ବ କରିଥିଲେ । କ୍ୟାପଟେନ ଭାବରେ ମୋର୍ଗୋନ ମହେନ୍ଦ୍ର ସିଂ ଧୋନୀଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ମୋର୍ଗୋନ ଏପର୍ଯ୍ୟନ୍ତ ୬୮ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି । ଯାହାକି ଧୋନୀଙ୍କୁ ତୁଳନାରେ ମାତ୍ର ୪ଟି ମ୍ୟାଚ କମ୍ । ତେଣୁ ଖୁବଶୀଘ୍ର ମୋର୍ଗାନ ଧୋନୀଙ୍କ ଏହି ରେକର୍ଡକୁ ଭାଙ୍ଗିବେ । ମୋର୍ଗୋନ ଏଯର୍ପ୍ୟନ୍ତ ଇଂଲଣ୍ଡ ପାଇଁ ୨୨୩ ଦିନିକିଆ ମ୍ୟାଚ ଖେଳିଥିବାବେଳେ ୬ ହଜାର ୯୫୭ ରନ ସଂଗ୍ରହ କରିଛନ୍ତି । ଯଦି ଟି-୨୦ କଥା କହିବା ତାହାଲେ ଇଅନ ମୋର୍ଗୋନ ୧୧୧ଟି ଟି-୨୦ ମ୍ୟାଚ ଖେଳିଥିବାବେଳେ ୨ ହଜାର ୪୦୭ ରନ ସଂଗ୍ରହ କରିଛନ୍ତି ।