ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ଲିଙ୍କ ମାମଲା । ଅଡୁଆରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ । ୱାଙ୍ଖଡେଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ । ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଏହା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନସିବି ଉପମହାନିର୍ଦ୍ଦେଶକ ତଥା ଚିଫ ଭିଜିଲାନ୍ସ ଅଫିସର ଜ୍ଞାନେଶ୍ୱର ସିଂହ କହିଛନ୍ତି ୱାଙ୍ଖଡେଙ୍କ ବିରୋଧର ହେବାକୁ ଥିବା ତଦନ୍ତର ନେତୃତ୍ୱ ସେ ନେବେ ।

ତେବେ ଜୋନାଲ ନିର୍ଦ୍ଦେଶକ ପଦରେ ୱାୃଙ୍ଖଡେ ରହିବେ କି ନାହିଁ ସେନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି ଜ୍ଞାନେଶ୍ୱର । ଏହାସହ ଲାଞ୍ଚ କାରବାର ନେଇ ସମସ୍ତ ତଥ୍ୟ ମଧ୍ୟ ଉପମହାନିର୍ଦ୍ଦେଶକଙ୍କ ନିକଟରେ ଦାଖଲ ହୋଇଛି । ତେଣେ ଅଭିଯୋଗକୁ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି । ସେପଟେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ଅର୍ଥ କାରବାର ଅଭିଯୋଗ ଆଣିଥିବା ସାକ୍ଷୀ ପ୍ରଭାକର ସାଇଲ ବୟାନ ବଦଳାଇଥିବା କୁହାଯାଇଛି ।

ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଏନସିବି ପକ୍ଷରୁ କୁହାଯାଇଛି, ସମୀରଙ୍କ ବିରୋଧରେ ପ୍ରଭାକର ଯେଉଁ ଅଭିଯୋଗ ଆଣିଥିଲେ, ତାକୁ ସେ ବଦଳାଇଛନ୍ତି । ଗତକାଲି ପ୍ରଭାକର ଯେଉଁ ସାନି ସତ୍ୟପାଠ ଦାଖଲ କରିଥିଲେ, ସେଥିରେ ସେ ନିଜ ବୟାନ ବଦଳାଇଥିଲେ । ଏହି ଅଭିଯୋଗ ବିରୋଧରେ ସମୀର ୱାଙ୍ଖଡେ ନିଜେ ଏକ ସତ୍ୟପାଠ ଦାଖଲ କରିଥିଲେ ।

Leave a Reply