spot_img

Latest Posts

ଉତ୍ତରପ୍ରଦେଶରୁ ଦେଶର ପ୍ରଥମ ଜିକା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଲକ୍ଷ୍ଣୌ: ଉତ୍ତରପ୍ରଦେଶର କାନପୁରରୁ ଦେଶର ପ୍ରଥମ ଜିକା ଭାଇରସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତୀୟ ବାୟୁ ସେନାର ଜଣେ ଅଧିକାରୀ ଏହି ଭାଇରାସ୍ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୁଖ୍ୟ ଚିକିତ୍ସାଧିକାରୀ ନେପାଳ ସିଂହଙ୍କ କହିବା ହେଲା ଯେ, ବାୟୁସେନା କର୍ମଚାରୀ ଜଣଙ୍କ ଭାଇରାସ୍ ପ୍ରଭାବରେ ଭିଷଣ ଜ୍ଜର ହୋଇଛି । ଗତ କିଛି ଦିନ ହେଲେ ସେ ଜ୍ଜରରେ ପୀଡ଼ିତ ଥିବା ବେଳେ ଇଣ୍ଡିଆନ୍ ଏୟାର ଫୋର୍ସ (IAF)ର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଆଉ ୨୨ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମଧ୍ୟ ପରୀକ୍ଷା ନେଇ ପଠାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜିକା ଜୀବାଣୁ ଏଡିସ୍ ମଶା ଦ୍ୱାରା ସଂକ୍ରମିତ ହୁଏ। ଏହି ରୋଗ  ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା। ସାମାନ୍ୟ ଜ୍ୱର, ଦେହରେ ଦାଗ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ ବୋଲି କୁହାଯାଇଛି। ଅଧିକାଂଶ ଲକ୍ଷଣ ଦୁଇ-ସାତ ଦିନ ପର୍ଯ୍ୟନ୍ତ ରହିପାରେ। ଯୌନ ସମ୍ପର୍କ ମାଧ୍ୟମରେ ଏହି ଭାଇରସ ଆଉ ଜଣକୁ ସଂକ୍ରମିତ କରିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଣୁ ଏହି ସମୟରେ ସଂକ୍ରମିତଙ୍କୁ ଯୌନ ସମ୍ପର୍କକୁ ମଧ୍ୟ ବାରଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଫୋନ୍ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ୁଛି ଅଧିକ ଟଙ୍କା

Latest Posts

Don't Miss