ଭଦ୍ରକ: ଜାଲ ଭିତରୁ ମାଙ୍କଡ଼ ଛୁଆକୁ ଉଦ୍ଧାର କରିଲେ ସ୍ୱେଛାସେବୀ ସଙ୍ଗଠନ । ଜାଲ ମଧ୍ୟରେ ଫସିରହି କଲବଲ ହେଉଥିବା କୁନି ମାଙ୍କଡ଼ର ଜୀବନ ବଞ୍ଚାଇଲେ ଫ୍ରେଣ୍ଡ୍ସ ଗ୍ରୁପ ସ୍ୱେଛାସେବୀ ସଙ୍ଗଠନ । ଘଟଣାକ୍ରମ ଅନୁଯାୟୀ, କୁନି ମାଙ୍କଡ଼ଟି ଖାଦ୍ୟ ଅନ୍ୱେଷଣରେ ଆସି ଜାଲରେ ଫସି ଯାଇଥିଲା । ଆଜି ଚରମ୍ପା ବରାଳପୋଖରୀ ଗ୍ରାମର ରମେଶ ସାହୁଙ୍କ ଘର ଛାତ ଉପରେ ଏକ କୁନି ମାଙ୍କଡ ଟି ଜାଲ ରେ ପୁରା ଗୁଡେଇ ଯାଇଥିଲା ।
ଜାଲରୁ ବାହାରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରୁନଥିଲା । ଜୀବନ ବିକଳରେ ଜାଲ ମଧ୍ୟରେ ଛଟ ପଟ ହୋଇ ଚିତ୍କାର ଛାଡୁଥିଲା ଏହି କୁନି ମାଙ୍କଡ଼ । ଏହି ଖବର ଫ୍ରେଣ୍ଡ୍ସ ଗ୍ରୁପର ସଦସ୍ୟ ମାନେ ଜାଣିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କର ଅପରେସନ ଆରମ୍ଭ କରିଥିଲେ । ଜାଲ ଟିକୁ କାଟି କୁନି ମାଙ୍କଡ଼ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଜାଲରୁ ବାହାରିବା ପରେ କୁନି ମାଙ୍କଡ଼ଟି ଦୌଡ଼ି ବାହାରକୁ ପଳାଇଥିଲା । ସେପଟେ ଫ୍ରେଣ୍ଡ୍ସ ଗ୍ରୁପର ସଦସ୍ୟ ମାନଙ୍କର ଏଭଳି କାର୍ଯ୍ୟକୁ ସାଧରଣରେ ପ୍ରଶଂସା କରାଯାଇଛି ।

