ଚୀନ ସେନାକୁ ଜବାବ ଦେବ ବୋଫର୍ସ: ଅରୁଣାଚଳ ସୀମାରେ ମୁତୟନ

1 min read

ନୂଆଦିଲ୍ଲୀ: ଚୀନ ସହ ବଢ଼ି ଚାଲିଥିବା ଅଶାନ୍ତି ଭିତରେ ଅରୁଣାଚଳ ପ୍ରଦେଶ ସୀମାରେ ବୋଫର୍ସ ତୋପ ମୁତୟନ କରିଛି ଭାରତ । ଚୀନର ଗୋଟିଏ ଭୁଲ ପଡ଼ିବ ତାକୁ ମହଙ୍ଗା । ପାହାଡ଼ୀ ଅଞ୍ଚଳର ଟାଇଗର କୁହାଯାଉଥିବା ବୋଫର୍ସର ମୁହଁ ଏବେ ଚୀନ ସେନା ଆଡ଼କୁ । ବୋଫର୍ସର ଶକ୍ତି କାରଗିଲ ଯୁଦ୍ଧରେ ଦେଖି ସାରିଛି ବିଶ୍ବ ।

ସୂଚନାଯେଗାଗ୍ୟ, ସୀମାରେ ଶାନ୍ତି ପାଇଁ ଚୀନ ଆଲୋଚନା ବୈଠକକୁ ଆସୁଛି ସତ ହେଲେ ଦୋଷ ଛାଡ଼ିପାରୁନି । ଲୁଚିଛପି ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ସୁଯୋଗ ହାତଛଡ଼ା କରୁନି । ଚୀନର ଏହି ଦୋମୁହାଁ ଚାଲାଖି ଆଉ କାହାକୁ ଅଛପା ନାହିଁ । ଭାରତୀୟ ସେନା ବି ଚୀନକୁ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏଥିପାଇଁ ଅରୁଣାଚଳ ପ୍ରଦେଶର ଫରଓ୍ବାର୍ଡ ପୋଷ୍ଟରେ ବୋଫର୍ସ ମୁତୟନ କରିଦେଇଛି । ଏହା ପୂର୍ବରୁ ପୂର୍ବ ଲଦାଖରେ ମଧ୍ୟ ବୋଫର୍ସ ମୁତୟନ କରାଯାଇଛି ।

ସୀମାରୁ ସୈନ୍ୟ ହଟାଇବାକୁ ଦୁଇ ଦେଶ ମଧ୍ୟରେ ଏକାଧିକ ସ୍ତରରେ କଥାବାର୍ତ୍ତା ହୋଇସାରିଛି । ଏହାପରେ ବି ଦୁଇ ଦେଶର ସେନା ବହୁ ସ୍ଥାନରେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଏହାର ଭିତରେ ଚୀନ ଏଲଏସି ପାଖରେ ୧୫୫ ଏମଏମ କାଲିବର ପିସିଏଲ-୧୮୧ ସେଲ୍ଫ  ପ୍ରୋପେଲ୍ଡ ହାଓଟିଜର ମୁତୟନ କରିଛି ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ସୀମାର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ୧୦୦ରୁ ଅଧିକ ଆଡଭାନ୍ସ ଲଙ୍ଗ ରେଞ୍ଜ ରକେଟ୍ ଲଞ୍ଚର ମୁତୟନ କରିଛି । ରକ୍ତ ଜମିଗଲା ଭଳି ଥଣ୍ଡାରେ ସୈନିକଙ୍କ ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ସେନାର ୩ଟି ରେଜିମେଣ୍ଟର ଜବାବ ଦେବାକୁ ଚୀନ M777 ଅଲଟ୍ରା ଲାଇଟ ହାଓଟିଜର ମୁତୟନ କରିଛି ।

Leave a Reply