ଆର୍ଯ୍ୟନଙ୍କୁ ବେଲ୍ ନମିଳିବା ଯାଏଁ ମନ୍ନତରେ ହେବନି ମିଠା ରୋଷେଇ

ମୁମ୍ବାଇ: ଶାହାରୁଖ ଏବଂ ଗୌରୀ ଖାନଙ୍କ ଲାଡଲା ଆର୍ଯ୍ୟନ ଖାନ୍ ଗତ ୨ ସେପ୍ଟେମ୍ବରରୁ ଘରକୁ ଫେରିନାହାଁନ୍ତି । ସେ ଡ୍ରଗ୍ସ ମାମଲାରେ ଫସିଥିବାରୁ ଜେଲରେ ଅଛନ୍ତି । ଆର୍ଯ୍ୟନଙ୍କୁ ବେଲ୍ ଦେବାପାଇଁ ତାଙ୍କ ଓକିଲ ଯଥେଷ୍ଟ ପ୍ରଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ବେଲ୍ ମିଳିପାରୁ ନାହିଁ ।
ଆର୍ଯ୍ୟନଙ୍କୁ ବେଲ ନମିଳିବା ଘଟଣା ମନ୍ନତ ସଦସ୍ୟଙ୍କ ନିଦ ହଜାଇ ଦେଇଛି । ପୂରା ଘରେ ଅବସାଦର ମାହୋଲ । ଖାନ୍ ପରିବାରରେ ନା କିଛି ପର୍ବ ନା ଜନ୍ମଦିନ ପାଳନ ହେଉଛି । ପ୍ରତ୍ୟେକ ଆର୍ଯ୍ୟନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।

ଖବର ଅନୁସାରେ ଗୌରୀ ଖାନ୍ ତାଙ୍କ କିଚେନ୍ ସଦସ୍ୟଙ୍କୁ ଘରେ କୌଣସି ପ୍ରକାରର ମିଠା ତିଆରି ନକରିବାକୁ ଆଦେଶ ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ପ୍ରତିବର୍ଷ ଭଳି ଏ ବର୍ଷ ଇଦ୍ ଉପଲକ୍ଷେ ମନ୍ନତ ସଜେଇ ହେବନି । ଗୌରୀ ତାଙ୍କ କିଚେନ ଷ୍ଟାଫଙ୍କୁ କହି ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ଆର୍ଯ୍ୟନଙ୍କୁ ଜେଲରୁ ଛାଡ଼ ନମିଳିଛି ସେପର୍ଯ୍ୟନ୍ତ ଘରେ କୌଣସି ପ୍ରକାରର ମିଠା ଖାଦ୍ୟ ତିଆରି ହେବନାହିଁ । ଦିନେ ହଠାତ୍ ଖିରି ତିଆରି ହେଉଥିବା ବେଳେ ଗୌରୀ ଖବର ପାଇଁ ତତକ୍ଷଣାତ୍ ରୋଷେଇ ବନ୍ଦ କରି ଦେଇଥିଲେ।

ନବରାତ୍ରୀ ଉପଲକ୍ଷେ ଗୌରୀ ପୁଅ ଆର୍ଯ୍ୟନର ବେଲ୍ ପାଇଁ ବ୍ରତ ରଖିଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଆର୍ଯ୍ୟନଙ୍କ ଛାଡ଼ ପାଇଁ ବନ୍ଧୁ ଓ ପରିବାରବର୍ଗଙ୍କୁ ପ୍ରାର୍ଥନା କରିବାକୁ କହୁଛନ୍ତି ଗୌରୀ । ଅନ୍ୟପଟେ ଆର୍ଯ୍ୟନଙ୍କୁ ଜେଲ ହେବା ପରଠାରୁ ମନ୍ନତରେ ସେଲିବ୍ରିଟିଙ୍କ ଭିଡ଼ ଜମୁଥିଲା । ଏହାକୁ ନଜରରେ ରଖି ସେଲିବ୍ରିଟିଙ୍କୁ ଭିଡ଼ ନ କରିବା ପାଇଁ କହିଥିଲେ ଶାହାରୁଖ । ଏହା ସହିତ ସେ ସମସ୍ତଙ୍କ ସହିତ ଫୋନରେ ଯୋଗାଯୋଗ କରୁଛନ୍ତି।

 

ସୂଚନାଯୋଗ୍ୟ, ୨୦ ଅକ୍ଟୋବର ଷ୍ଟାରକିଡଙ୍କ ଆଗାମୀ ଶୁଣାଣି ରହିଛି । ଗତ ଶୁଣାଣିରେ ବିଚାରପତି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ଏବେ ୨୦ ତାରିଖରେ ଆର୍ଯୟଙ୍କ ଭାଗ୍ୟ ପରୀକ୍ଷା ହେବ । ସମସ୍ତଙ୍କୁ ବିଚାରପତିଙ୍କ ନିଷ୍ପତ୍ତିର ଅପେକ୍ଷା ରହିଛି ।

Leave a Reply