ନୌସେନାରୁ ପ୍ରଶାସନିକ ଅଧିକାରୀ: ଏବେ କଲମ ମୁନରେ କରିବେ ଲୋକଙ୍କ ସେବା

ନବରଙ୍ଗପୁର: ଦିନେ ଦେଶ ଓ ମାଟି ମା’ର ରକ୍ଷା ପାଇଁ ହାତରେ ଧରିଥିଲେ ବନ୍ଧୁକ । ସାମିଲ ହୋଇଥିଲେ ନୌସେନାରେ । ହେଲେ ଏବେ କଲମ ମୁନରେ କରିବେ ଲୋକଙ୍କ ସେବା । ବିନା କୋଟିଂରେ ପ୍ରଶାସନିକ ଅଧିକାରୀ ହେଲେ ନବରଙ୍ଗପୁରର ଅଜୟ ମାଣ୍ଡାଙ୍ଗି । ୧୫ ବର୍ଷ ଦେଶର ସେବା କରି ଅବସର ନେବା ପରେ ଏବେ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି ଅଜୟ ।

ଦେଶ ମାତୃକାର ସେବା ପାଇଁ ନୀଳ ସମୁଦ୍ରରେ ଥିଲେ ସଜାଗ ପ୍ରହରୀ । ତାଙ୍କର ବନ୍ଧୁକ ଶତ୍ରୁ ଶିବିରରେ ସୃଷ୍ଟି କରିଥିଲା ଆତଙ୍କ । ହେଲେ ଏବେ ହାତରେ କଲମ ଧରି ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କ ସେବା କରିବେ ନବରଙ୍ଗପୁରର ଅଜୟ ମାଣ୍ଡାଙ୍ଗି । ୧୫ ବର୍ଷ ଦେଶର ସେବା କରି ଅବସର ନେବା ପରେ ଏବେ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି ଅଜୟ । ନବରଙ୍ଗପୁର ନିକଟ ନୀଳକଣ୍ଠଗୁଡ଼ା ଗାଁର ଅଜୟଙ୍କ ବାପା ପୋଲିସ ବାହିନୀରେ କାର୍ଯ୍ୟରତ ଅଛନ୍ତି । ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା କହିଛନ୍ତି ଅଜୟ ।

୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ନୌବାହିନୀରେ କାର୍ଯ୍ୟ କରି ଅବସର ନେଇଥିଲେ ଅଜୟ । ଏବେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବିନା କୋଚିଂରେ ଓଏଏସ ପରିକ୍ଷାରେ କୃତକାର୍ଯ୍ୟ ହେବା ସମସ୍ତଙ୍କୁ ଚକିତ କରିଛନ୍ତି । ତାଙ୍କର ଏହି ଅଧ୍ୟବସାୟ ଏବେ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ।

ଏଥିସହିତ ପଢ଼ନ୍ତୁ: ଆଇନଜୀବୀଙ୍କ ଭିନ୍ନ ସଉକ: ୧ହଜାର ୫୫ କିସମର କରିଛନ୍ତି ବିହନ ସଂଗ୍ରହ

Leave a Reply