ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡ୍ରିଂ ମାମଲା, ନୋରାଙ୍କୁ EDର ଜେରା

1 min read

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ହାୱାଲା କାରବାରରେ ବଲିଉଡର ଅନେକ ସେଲିବ୍ରିଟି ଫସିବାରେ ଲାଗିଛନ୍ତି। ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କ ପରେ ଏବେ ଏହି ମାମଲାରେ ନୋରା ଫତେହିଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ED ଅଫିସରେ ନୋରା ଫତେହି

ମିଳୁଥିବା ସୂଚନା ଅନୁସାରେ ନୋରା ଗୁରୁବାର ଦିନ ଇଡି ଅଫିସରେ ପହଂଚିଛନ୍ତି। ନୋରାଙ୍କୁ ଏହି ମାମଲାରେ ପଚରା ଉଚରା ପାଇଁ ଇଡି ନୋଟିସ ଜାରି କରିଥିଲା। ନୋରାଙ୍କୁ ଇଡି ମନି ଲଣ୍ଡ୍ରିଂ ନେଇ ପଚରା ଉଚୁରା କରିବ। କୁହାଯାଉଛି ଯେ, ସୁକେଶ ଚନ୍ଦ୍ରଶେଖର ହାୱାଲା ମାମଲାରେ ଜ୍ୟାକଲିନଙ୍କୁ ଫସାଇବାକୁ ଉଦ୍ୟମ କରିଥିଲା। ଏନେଇ ଆଗରୁ ଜ୍ୟାକଲିନଙ୍କୁ ଇଡି ଜେରା କରି ସାରିଛି।

ନୋରାଙ୍କୁ ପଚରା ଉଚରା ଚାଲିଥିବା ବେଳେ ଆସନ୍ତାକାଲି (ଶୁକ୍ରବାର) ଦିନ ଜ୍ୟାକଲିନଙ୍କୁ ପୁଣିଥରେ ଜେରା କରିବା ଇଡି। ଏମଟିଏନଏଲ ସ୍ଥିତ ଇଡି ଅଫିସରେ ଶୁକ୍ରବାର ହାଜର ହେବାକୁ ଜ୍ୟାକଲିନଙ୍କୁ କୁହାଯାଇଛି।

PMLA ଆକ୍ଟ ଅନ୍ତର୍ଗତରେ ଜ୍ୟାକଲିନଙ୍କୁ ପଚରା ଉଚରା କରାଯିବ ବୋଲି ଇଡି ସୂତ୍ରରୁ ପ୍ରକାଶ। ତଦନ୍ତ ଏଜେନ୍ସି ଏହା ଜାଣିବାକୁ ଚାହୁଁଛନ୍ତି ଯେ, ସୁକେଶଙ୍କ ସହିତ ଜ୍ୟାକଲିନ୍ କେଉଁଭଳି ଭାବେ ଅର୍ଥ କାରବାର କରିଥିଲେ କି କୌଣସି ଅର୍ଥ କାରବାର ହୋଇଥିଲା କି ନାହିଁ।

ପୁରା ମାମଲା କ’ଣ ?

ଏହି ମାମଲା ଆରମ୍ଭ ୨ଶହ କୋଟି ଟଙ୍କାର ଦାଦାବଟି ଆଦୟ ତଦନ୍ତରୁ ହୋଇଥିଲା। ଜେଲରେ ଥିବା ସୁକେଶ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨ ଶହ କୋଟି ଟଙ୍କା ଆଦାୟ କରିଥିଲା। ପରେ ଏହି ମାମଲାରେ ସୁକେଶର ପତ୍ନୀଙ୍କ ହାତ ଥିବା ଜଣା ପଡିଥିଲା।ସୁକେଶର ପତ୍ନୀ ଲିନା ପାଲ ସହଯୋଗରେ ଫୋର୍ଟିସର ପୂର୍ବତନ ମାଲିକ ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଆଦିତି ସିଂହଙ୍କୁ ୨ ଶହ କୋଟି ଟଙ୍କା ଠକିଥିଲା।

ପରେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କ ନାମ ଆସିଥିଲା। ଜ୍ୟାକଲିନଙ୍କୁ ମଧ୍ୟ ସୁକେଶ ଫସାଇଥିବା ଜଣା ପଡିଥିଲା। ସୁକେଶ ଜେଲ ଭିତରୁ ଛଦ୍ମ ନାମରେ ଜ୍ୟାକଲିନଙ୍କୁ ଫୋନ୍ କରୁଥିବା ଜଣା ପଡିଥିଲା।

Leave a Reply