ଭିଜିଲାନ୍ସ ଜାଲରେ ୩ ବଡ଼ ମୁଣ୍ଡ, ୨୨ ଲକ୍ଷ ୬୧ ହଜାର ଟଙ୍କା ଜବତ

Vigilance Nabbed 3 Class 1 Officers In A Day

ଭୁବନେଶ୍ୱର: ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ । ଭିଜିଲାନ୍ସ ଜାଲରେ ୩ ବଡ଼ ମୁଣ୍ଡ । ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ୩ ଜଣଙ୍କଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ ହୋଇଛି । ନମ୍ବର ୧ ଲାଞ୍ଚୁଆ ଅଫିସର ବିଧାନ ଚନ୍ଦ୍ର ସାହୁ । ବୈତରଣୀ ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଧାନଚନ୍ଦ୍ର ସାହୁ । ଯାଜପୁର ଏନ.ସି କଲେଜ ନିକଟରେ ପିଛା କରି ବିଧାନଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ କାରରୁ ୧୦ ଲକ୍ଷ ୭ ହଜାର ଟଙ୍କା ଜବତ କରିଥିଲା । ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଲପଡ଼ା, କେନ୍ଦୁଝର ଓ କଟକରେ ରେଡ୍ କରି ୬୪ ହଜାର ଟଙ୍କା ଜବତ କରିଥିଲା ।

Vigilance Nabbed 3 Class 1 Officers In A Day

୨ ନମ୍ବର ଲାଞ୍ଚୁଆ ଅଫିସର ହେଲେ ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରା । ଭୁବନେଶ୍ୱରସ୍ଥିତ ଭଡ଼ା ଘରେ ରେଡ୍‌ କରି ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଗତକାଲି ଭଡ଼ା କାରରେ ଟଙ୍କା ଧରି ଭୁବନେଶ୍ୱର ଆସୁଥିବା ବେଳେ କାରରୁ ୮୯ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ବାଲେଶ୍ବର ଓ ଭୁବନେଶ୍ବରରେ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ପ୍ଲଟ ସହ ବହୁ ବୀମା ପଲିସି ଭିଜିଲାନ୍ସ ଜବତ କରିଛି ଭିଜିଲାନ୍ସ ।

Vigilance Nabbed 3 Class 1 Officers In A Day

ସେପଟେ ରାଉରକେଲାରୁ ଭୁବନେଶ୍ୱର ଫେରିବା ବେଳେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଲକ୍ଷେ ୭୫ ହଜାର ୮୧୦ ଟଙ୍କା ଜବତ ହୋଇଥିଲା । ୩ ଅଧିକାରୀ ଯାଞ୍ଚ ବେଳେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ପରବର୍ତ୍ତୀ ସମୟରେ ୩ ଅଧିକାରୀଙ୍କ ଘରେ ରେଡ୍ କିରଥିଲା ଭିଜିଲାନ୍ସ । ଗତକାଲି ପ୍ରକାଶ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଆଉ ୨ଜଣଙ୍କୁ କୋର୍ଟ ଚାଲାଣ କରାଯିବ । ରେଡରେ ୨ଟି ଭିଜିଲାନ୍ସ ଡିଭିଜନର ୨ ଏସପି, ୯ଡିଏସପି ଓ ୭ ଆଇଆଇସି ସାମିଲ ହୋଇଥିଲେ ।

Leave a Reply