ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ
ମାଲକାନଗିରି: ପେଡାକୋଣ୍ଡା ପଞ୍ଚାୟତ ମଙ୍ଗ ଗ୍ରାମରରେ ଅଘଟଣ । ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ । ମୃତ ଦୁଇ ଭଉଣୀଙ୍କ ଭିତରୁ ଜଣଙ୍କର ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୬ ବର୍ଷ । ପୋଖରୀରୁ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ସେପଟେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସୂଚନା ଅନୁସାରେ ବିଲରୁ ଫେରୁଥିବା ବେଳେ କୌଣସି କାରଣରୁ ପୋଖରୀରେ ବୁଡ଼ିଯାଇଥିଲେ ଦୁଇ ଭଉଣୀ । ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଶୋକ ବାର୍ତ୍ତା ପହଁଚାଇଛି ।
