spot_img

Latest Posts

ନନ୍ଦିଘୋଷ ଟିଭିର ପ୍ରଭାବ, ମାତାଲ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌

ଢ଼େଙ୍କାନାଳ: କାର୍ଯ୍ୟ ସମୟରେ ମଦ ପିଇ ନିଶାରେ ଶୋଇବା ପଡ଼ିଲା ମହଙ୍ଗା। ମଦୁଆ ଡାକ୍ତରଙ୍କ ଉପରେ ନନ୍ଦିଘୋଷ ଟିଭିର ପ୍ରଭାବ। ଖବର ପ୍ରସାରଣ ପରେ ଆକ୍ସନ ମୋଡ୍‌ରେ ସ୍ୱାସ୍ଥ୍ୟ ବିଭାଗ। ଡ୍ୟୁଟି ବେଳେ ଡ୍ୟୁଟିକୁ ଭୁଲି ମଦ ପିଇ ନିଶାରେ ପୁରା ଚୁର ହୋଇ ଶୋଇବା ପଡ଼ିଲା ମହଙ୍ଗା। ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଅବନୀକାନ୍ତ ସାହୁଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ଡାକ୍ତରଖାନାରେ ରୋଗୀ ଥିବା ସମୟରେ କଣ ପାଇଁ ନିଶାସକ୍ତ ଅବସ୍ଥାରେ ଥିଲ ବୋଲି ନୋଟିସ୍‌ ଜାରି କରାଯାଇଛି। ଆଉଟଡୋରରେ ରୋଗୀ ଥିବା ଅବସ୍ଥାରେ ଡାକ୍ତର ବାବୁ ମଦ ନିଶାରେ ଶୋଇଯାଇଥିଲେ।

ସିକ୍ୟୁରିଟି ଗାର୍ଡ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଠି ନଥିଲେ ଡାକ୍ତର ବାବୁ। ଏସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ପରେ ଅନ୍ୟଜଣେ ଡାକ୍ତର ରୋଗୀସେବା କରିଥିଲେ। ସେ ମଧ୍ୟ ଉଠାଇବାକୁ ଚେଷ୍ଟା କରିଥିଲେ ହେଲେ ନିଶାରେ ଚୁର୍ ଡାକ୍ତରବାବୁ ଢଳି ପଡୁଥିଲେ। ତେବେ କାରଣ ଦର୍ଶାଅ ନୋଟିସ୍‌ ଦେବା ପରେ ଡାକ୍ତରଙ୍କୁ ମଧ୍ୟ ତାଙ୍କ କାର୍ଯ୍ୟରୁ ନିମ୍ବିତ କରାଯାଇପାରେ।

Latest Posts

Don't Miss