ଝିଅ ପ୍ରେମିକର ମା’କୁ ହତ୍ୟା କଲା ବାପା,ପ୍ରେମିକ ଗୁରୁତର

ବୁର୍ଲା: ପ୍ରେମରେ ପଡ଼ିଲା ରକ୍ତର ଛିଠା। ଘରେ ପଶି ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ରହିଛନ୍ତି। ତେବେ ଦେବଗଡ଼ ଥାନା ଗାଡ଼ପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝିଅର ପ୍ରେମିକ ଓ ତା’ ମା’ଙ୍କୁ ଘରେ ପଶି ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ଝିଅର ଘର ଲୋକେ। ମା’ ଘଟଣା ସ୍ଥଳରେ ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପୁଅକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରେମକୁ  ସଫଳ ନକେଇଦେପା ପାଇଁ ପ୍ଲାନ୍‌ ପରେ ହୋଇଥିଲା ଆକ୍ରମଣ।

ସୂଚନା ଅନୁସାରେ ଗାଁର ନରେନ୍ଦ୍ର ଶବର ଝିଅର ବିବାହ ପାଇଁ ପ୍ରସ୍ତାବ ଦେଖୁଥିଲେ। ହେଲେ ଝିଅ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ଜାଣିବାକୁ ପାଇ ନିଜ ୪ପୁଅଙ୍କୁ ନେଇ ପ୍ରେମିକ ଘରକୁ ଯାଇଥିଲେ। ୫ ଜଣଙ୍କର ମନରେ ଥିଲା ପ୍ରଚଣ୍ଡ ରାଗ। ପ୍ରଥମେ ଝିଅକୁ ଭୁଲିଯିବା ପାଇଁ ଧମକାଇଥିଲେ ଝିଅ ଘର ଲୋକେ। ହେଲେ ପ୍ରେମିକ ନ ଶୁଣିବାରୁ ଖାଇବାକୁ ବସିଥିବା ଯୁବକଙ୍କୁ ଅତର୍କିତ ଟାଙ୍ଗିଆରେ ଆକ୍ରମଣ କରିଥିଲା ନରେନ୍ଦ୍ର।

ଏହା ପରେ ପ୍ରେମିକଙ୍କ ମାଆଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ ଝିଅଘର ଲୋକେ। ଟାଙ୍ଗିଆ ଚୋଟରେ ଯୁବକଙ୍କ ମାଆ ଦରଥିଆ କୁଲୁଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ପୁଅ ତଥା ଝିଅର ପ୍ରେମିକ କୁହାଯାଉଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରେମିକକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବାପପୁଅ ୫ଜଣଙ୍କୁ କାବୁ କରି ଜେରା କରୁଛି ପୋଲିସ୍‌। ସେପଟେ ଝିଅର ପତ୍ତା ମିଳୁନଥିବା ବେଳେ ଅନର କିଲିଂ ଆଶଙ୍କା କରାଯାଉଛି।

Leave a Reply