spot_img

Latest Posts

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକକୁ ନିର୍ଧୁମ ମାଡ଼ ମାରିଲେ ଯୁବକ

ଭୁବନ: ନାବାଳକକୁ ରାସ୍ତା ଉପରେ ସାଂଘାତିକ ମାଡ଼। ନିର୍ଦୟ ଭାବରେ ମାଡ଼ ମାରି ଲହୁଲୁହାଣ କଲେ ଯୁବକ। ରାସ୍ତା ଉପରେ ଗୁଡ଼ାଇ ତୁଡ଼ାଇ ନାବାଳକକରୁ ମାଡ଼ ମାରିଲେ ଯୁବକ। ଏନେଇ ଭୁବନ ଥାନାରେ ମାମଲା ରୁଜୁ ହୋଇଛି। ଏମିତି ଏକ ବର୍ବରତାର ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁରେ। ଜଣେ ୧୨ ବର୍ଷର ନାବାଳକଙ୍କୁ ମାଡ଼ ମାରି ଲହୁଲୁହାଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗାଁର ଜଣେ ନାବାଳକ ଗାଁର ପାଖ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ସାରି ଘରକୁ ଫେରିବା ବେଳେ ଗାଁର ରାଜା ଗୁରୁ ନାମକ ଜଣେ ଯୁବକ ନାବାଳକଙ୍କୁ ରାସ୍ତାରେ ଅଟକାଇଥିଲା। ଗାଳି ଗୁଲଜ କରି ମାଡ଼ ମାରିବା ଆରମ୍ଭ କରିଥିଲା। ପୁରୁଣା ରାଗ ରଖି ମାଡ଼ ମାରି ଲହୁଲୁହାଣ କରିଥିଲେ ନାବାଳକ ଜଣକୁ। ଏହାପରେ ପରିବାର ଲୋକେ ନାବାଳକକୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ, ଭୁବନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭୁବନ ପୋଲିସ ଅଧିକ ତଦନ୍ତ ଚଳାଇଛି।

Latest Posts

Don't Miss