spot_img

Latest Posts

ବିକାଶର ଆଉ ଏକ ଫର୍ଦ୍ଦରେ ଯୋଡି ହେବ ପୁରୀ ଜିଲ୍ଲା, ଆରମ୍ଭ ହେବ ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ସେବା

ପୁରୀ: ଆଜି ପୁରୀ ପାଇଁ ବ୍ରହ୍ମଗିରିରୁ ଲେଖାହେବ ବିକାଶର ନୂଆ ଅଧ୍ୟାୟ। ପୁରୀ ଜିଲ୍ଲାରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ। ଅପରାହ୍ନରେ ବ୍ରହ୍ମଗିରି ଯାଇ ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ ନବୀନ। ଜିଲ୍ଲାରେ ୩ଲକ୍ଷ ୭୬ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ। ସ୍ମାର୍ଟ କାର୍ଡ ସହିତ ବ୍ରହ୍ମଗିରିରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ସହ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ବ୍ରହ୍ମଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବ ନିର୍ମିତ ମିନି ସଚିବାଳୟର ଲୋକାର୍ପଣ ହେବ। ପ୍ରାୟ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ନୂଆ ସଡକ ପ୍ରକଳ୍ପ ସାଙ୍ଗକୁ ପାନୀୟ ଜଳ ଓ ସ୍ବାସ୍ଥ୍ୟ ଭିତ୍ତିଭୂମୀ ସମ୍ପର୍କିତ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ କେରାଣ୍ଡିଆ ହେଲିପ୍ୟାଡରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି। ପୂର୍ବରୁ ମାଲକାନଗିରିରେ ଏହାର ଶୁଭାରମ୍ଭ ପରେ ସୁନ୍ଦରଗଡ, ବଲାଙ୍ଗୀର, ଗଜପତିରେ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Latest Posts

Don't Miss