spot_img

Latest Posts

ଲଘୁଚାପ ବର୍ଷା କାରଣରୁ ରାଜ୍ୟର ୮ଟି ନଦୀରେ ବଢ଼ିବାରେ ଲାଗିଛି ଜଳସ୍ତର

ଭୁବନେଶ୍ୱର: ବର୍ଷା ପରେ ରାଜ୍ୟରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର। ରାଜ୍ୟର ୮ଟି ନଦୀର ଜଳସ୍ତର ବଢିବାରେ ଲାଗିଛି। ଆଳିପିଙ୍ଗଳରେ ଦେବୀ ନଦୀ ବଢୁଥିବା ବେଳେ ନିମାପଡ଼ାରେ ବଢୁଛି କୁଶଭଦ୍ରା। ସେହିପରି ସୁନ୍ଦରଗଡ଼ର ଇବ ନଦୀ ସହ ପାନପଶରେ ବଢୁଛି ବ୍ରାହ୍ମଣୀର ଜଳସ୍ତର। ସେହିପରି ବୈତରଣୀ ଓ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ସବୁ ନଦୀରେ ଜଳସ୍ତର ବଢ଼ୁଛି। ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଏବେ ବନ୍ୟାଜଳ ୧୮.୩୧ ମିଟର ଉପରେ ପ୍ରବାହିତ ହେଉଛି। ବୈତରଣୀ ବନ୍ୟାରେ ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବୁଡି ରହିଛି।

ସେହିପରି ମଥାନିରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳଳାର ଜଳସ୍ତର। ଜଳକାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ପ୍ରବାହିତ ହେଉଛି ୬.୬୩ ମିଟର ରହିଛି। ସେହିପରି ସୁର୍ଣ୍ଣରେଖାରେ ଜଳସ୍ତର ୯.୬୮ ମିଟର ରହିଛି।

Latest Posts

Don't Miss