spot_img

Latest Posts

ଆଫଗାନିସ୍ତାନରେ ଆଉ ଚାଲିପାରିବନି ସଂଗୀତ, ଦେଶ ଚାଡ଼ିଲେ ଶିଳ୍ପୀ ଓ କଳାକାର

କାବୁଲ: ତାଲିବାନୀ ଆଫଗାନୀସ୍ତାନ କବଜା କରିବାପରେ ଗୋଟିଏ ପରେ ଗୋଟିଏ ବର୍ବରତା ଜାରି ରଖିଛନ୍ତି। ପ୍ରତ୍ୟେକ ଦିନ ନିଜର ନୂଆ ନୂଆ ନିୟମ ମଧ୍ୟ ଲାଗୁ କରୁଛନ୍ତି । ଆଉ ଯିଏ ଏହାର ବିରୋଧ କରୁଛି ତାକୁ ପ୍ରାଣ ହରାଇବାକୁ ପଡ଼ୁଛି । ବର୍ତ୍ତମାନ ଆଉ ଏକ ନିୟମ ଆଣିଛି ତାଲିବାନ, ଏଣିକି ଆଫଗାନିସ୍ତାନରେ ଆଉ ଚାଲିପାରିବନି ସଂଗୀତ।

ତାଲିବାନ କର୍ମୀ ବିଭିନ୍ନ ସଂଗୀତ ଅନୁଷ୍ଠାନ ଉପରେ ହମଲା କରିଛନ୍ତି। ସେମାନେ ବିଭିନ୍ନ ସଂଗୀତ ଯନ୍ତ୍ରପାତିଗୁଡିକୁ ନଷ୍ଟ କରିଦେଇଛନ୍ତି। ବିଭିନ୍ନ ପ୍ରତିଷ୍ଠାନ, ଷ୍ଟୁଡିଓରେ ସେମାନେ ଆକ୍ରମଣ କରି ଧ୍ୱଂସଲୀଳା ଚଳାଇଛନ୍ତି। ଅତୀତରେ ୧୯୯୬ ଓ ୨୦୦୧ ମଧ୍ୟରେ ତାଲିବାନ ଏପରି କାଣ୍ଡ ଘଟାଇଚାଲିଥିଲା । ମହିଳାମାନଙ୍କ ଅଧିକାର ହଟାଇନେଇଥିଲା । ତାଲିବାନର ଏହି କାର୍ଯ୍ୟ ନେଇ ଦେଶରେ ଶିଳ୍ପୀ, କଳାକାର, ସଂଗୀତଜ୍ଞଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଛି । ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକଳାପ ବନ୍ଦ ଲାଗି ତାଲିବାନ ଫତୁଆ ଜାରି କରିଥିବାବେଳେ ଅନେକ କଳାକାର, ଶିଳ୍ପୀ, ପ୍ରଯୋଜକ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି ।

Latest Posts

Don't Miss