ଲକ୍ଷ୍ନୌ: ଅଜଣ ଜର ସହ ଯୁଝୁଛି ଉତ୍ତରପ୍ରଦେଶ । ମଥୁରାରୁ ନେଇ ଆଗ୍ରା, ପୂରା ପଶ୍ଚିମ ଉତ୍ତରପ୍ରଦେଶ ଅଜଣା ଜରରେ ଥରୁଛି । ଅଚାନକ ପ୍ଲେଟଲେଟ ହ୍ରାସ୍ ପାଇ ଜୀବନ ହାରୁଛନ୍ତି ଶିଶୁଙ୍କ ସହ ବୟସ୍କ । ମଥୁରାର ଏକାଧିକ ଗାଁରେ ଅଜଣା ଜରରେ ସଂଖ୍ୟାଧିକ ଲୋକ ପୀଡ଼ିତ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ଜଣ ଛୁଆ ରହିଛନ୍ତି । ଛୁଆଙ୍କ ମୃତ୍ୟୁ ପରେ ଲୋକଙ୍କ ମନରେ ଭୟ ସଞ୍ଚାର ହେବା ସହ ଗ୍ରାମବାସୀ ଗାଁ ଛାଡ଼ିବାରେ ଲାଗିଛନ୍ତି ।
उत्तर प्रदेश में दम तोड़ चुकी स्वास्थ्य सेवाओं के बीच बुखार का कहर जारी है और सरकार प्रचार अभियान में व्यस्त है।
मथुरा में बीमार बच्चे का पिता अधिकारी के पैरों में गिर कर उपचार की गुहार मांगने को मजबूर हैं।
इस विचलित कर देने वाले मंजर को जनता कभी नहीं करेगी माफ। pic.twitter.com/WeUQcaRsWI
— Samajwadi Party (@samajwadiparty) September 4, 2021
ମଥୁରାର ଫରହ ବ୍ଲକ କୋହ ଗାଁର ଅଧିକାଂଶ ପରିବାର ଛୁଆଙ୍କୁ ନେଇ ଗାଁରୁ ଅନ୍ୟତ୍ର ପଳାଇଛନ୍ତି । ଡାକ୍ତରୀ ଦଳ ନିୟମିତ ଗାଁକୁ ଯାଇ ଚିକିତ୍ସା କରୁଛନ୍ତି । ଏହାରି ଭିତରେ କୋହରୁ ଆସିଛି ଏକ ଚିତ୍ର । ଯାହା ସମସ୍ତଙ୍କୁ ଭାବୁକ କରି ଦେଇଛି । ଭାଇରାଲ୍ ହେଉଥିବା ଏହି ଭିଡିଓରେ ଜଣେ ବୃଦ୍ଧ ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଦ ଧରି ଛୁଆକୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି ।

