ଓଭାଲ୍ ଟେଷ୍ଟ, ଟସ୍ ଜିତି ବୋଲିଂ କରୁଛି ଇଂଲଣ୍ଡ

1 min read
Ind Vs Eng 4th Test England Won The Toss And Elected To Bowl First

ଓଭାଲ୍: ଲଣ୍ଡନର ଓଭାଲରେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳ ଆରମ୍ଭ ହୋଇଛି । ଟସ୍ ଜିତି ଘରୋଇ ଦଳ ବୋଲିଂ କରୁଛି । ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରୁଛି । ଭାରତୀୟ ଦଳରେ ଆଜି ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ୍ କରାଯାଇ ନାହିଁ । ଦଳ ୪ ବୋଲର ଓ ଜଣେ ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଇଛି । ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି ।

 Ind Vs Eng 4th Test England Won The Toss And Elected To Bowl First

କ୍ରିସ୍ ବୋକ୍ସ ଓ ଓଲି ପୋପ ଇଂଲଣ୍ଡ ଟିମକୁ ଫେରିଛନ୍ତି । ଉଭୟଙ୍କୁ ଜୋସ ବଟଲର ଓ ସ୍ୟାମ କରନଙ୍କ ସ୍ଥାନରେ ଦଳରେ ସ୍ଥାନିତ କରାଯାଇଛି । ଅନ୍ୟପଟେ ଭାରତୀୟ ଦଳରେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କୁ ସାମିଲ୍ କରାଯାଇ ନାହିଁ । ସାମି ଓ ଇଶାନ୍ତଙ୍କ ସ୍ଥାନରେ ଦଳରେ ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି ।

ଲଣ୍ଡନର ଓଭାଲରେ ଖେଳା ଯାଇଥିବା ଅଧିକାଂଶ ମ୍ୟାଚରେ ଇଂଲିସ ଦଳ ଭାରତ ଉପରେ ଭାରି ପଡ଼ିଛି । ଭାରତ ଓଭାଲ ପିଚରେ କେବଳ ଗୋଟିଏ ମାତ୍ର ମ୍ୟାଚ୍ ଜିତିବାରେ ସଫଳ ରହିଛି । ୫୦ ବର୍ଷ ତଳେ ୧୯୭୧ ମସିହାରେ ଭାରତ ଓଭାଲରେ ବିଜୟୀ ହୋଇଥିଲା । ଭାରତ ଓଭାଲରେ ୧୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୫ଟି ହାରିଛି, ୭ଟି ଡ୍ର ରହିଛି ।

Leave a Reply