spot_img

Latest Posts

ବନ୍ଦ ହେଲା ବିମାନ ବନ୍ଦର: ପଡ଼ୋଶୀ ଦେଶର ସୀମାରେ ରୁଣ୍ଢ ହେଲେ ଆଫଗାନ ନାଗରିକ

କାବୁଲ: ଆଫଗାନିସ୍ତାନକୁ ଅଲବିଦା କହିଛି ଆମେରିକା । ଏହା ପରେ ଅନିଶ୍ଚିତତା ମଧ୍ୟରେ ଆଫଗାନୀ । ପ୍ରାଣପ୍ରଣେ ଦେଶ ଛାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି ଦେଶବାସୀ ।  ଲୋକମାନେ ଦେଶ ଛାଡି ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା କଷ୍ଟକର ହୋଇପଡିଛି। କାବୁଲ ବିମାନବନ୍ଦର ତାଲିବାନର କବଜାରେ ରହିଛି। ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ହଜାର ହଜାର ସଂଖ୍ୟାରେ ଆଫଗାନିସ୍ତାନ ନାଗରିକ ଇରାନର ସୀମା ଆଡକୁ ଯିବା ଆରମ୍ଭ କରିଦେଇଛନ୍ତି ।

ଆଫଗାନିସ୍ତାନ-ଇରାନ୍ ସୀମାରେ ଇସ୍ଲାମ କାଲା ବର୍ଡର ପୋଷ୍ଟରେ ରହିଛି । କିଛି ଲୋକଙ୍କ କହିବା ଅନୁସାରେ, ଇରାନର ସୁରକ୍ଷା ଏଜେନ୍ସି କିଛି ଦୂର ପର୍ଯ୍ୟନ୍ତ ନିୟମକୁ କୋହଳ କରିଛି ଓ ଲୋକଙ୍କୁ ଯିବାକୁ ଦେଉଛି । ପୂର୍ବରୁ କାବୁଲ ଏୟାରପୋର୍ଟ  ଆମେରିକାର ନିୟନ୍ତ୍ରଣରେ ଥିଲା, ସେ ପର୍ଯ୍ୟନ୍ତ ବହୁ ଦେଶ ନିଜର ନାଗରିକଙ୍କ ସହିତ ହଜାର ହଜାର ଆଫଗାନିସ୍ତାନୀ ନାଗରିକଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଲେକ ଗତ ୧୫ ଦିନରେ ଆଫଗାନିସ୍ତାନ ଛାଡ଼ି ସାରିଛନ୍ତି। ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକ ଆଫଗାନିସ୍ତାନ ଛାଡ଼ିପାରନ୍ତି ।

ତାଲିବାନ ସରକାର ଗଠନ କରିବାର ପ୍ରସ୍ତୁତି କରୁଥିବା ବେଳେ ବହୁ ଦେଶର ତାଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଦେଇଛନ୍ତି। ବ୍ରିଟେନ ସରକାର ବର୍ତ୍ତମାନ ତାଲିବାନ ସହିତ ଆଲୋଚନା କରୁଛନ୍ତି, ଯାହାଫଳରେ ଆଫଗାନିସ୍ତାନରେ ରହି ଯାଇଥିବା ବ୍ରିଟିସ୍ ନାଗରିକଙ୍କୁ ନିରାପଦରେ ଆଣିହେବ। ଅପରପକ୍ଷରେ ଜର୍ମାନ ଏବଂ ତୁର୍କୀ ସହ ମଧ୍ୟ ବିମାନବନ୍ଦର ଚଳାଚଳ ନେଇ ତାଲିବାନର ଆଲୋଚନା ଜାରି ରଖିଛି । ଏଥିସହିତ ଆମେରିକୀୟ ନିରାପତ୍ତା କାଉନସିଲରେ ଏକ ସଂକଳ୍ପ ପାରିତ ହୋଇଛି । ଯେଉଁଥିରେ ଦେଶ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ସୁରକ୍ଷିତ ଯିବାକୁ ଅନୁମତି ଦେବାକୁ ଦାବି କରିଛି ।

Latest Posts

Don't Miss