ଶ୍ରୀଲଙ୍କାରେ ଜନ୍ମ ନେଲା ଯାଆଁଳା ହାତୀଛୁଆ

ଶ୍ରୀଲଙ୍କା: ଶ୍ରୀଲଙ୍କା ପିନ୍ନାୱାଲାରେ ଜନ୍ମ ନେଲା ୨ ଯାଆଁଳା ହାତୀଛୁଆ। ୨୫ ବର୍ଷୀୟ ମାଈ ହାତୀ ସୁରଙ୍ଗୀ ଯାଆଁଳା ଛୁଆ ଜନ୍ମ ଦେଇଥିବା ବେଳେ ଉଭୟ ମା ଓ ଛୁଆ ସୁସ୍ଥ ଅଛନ୍ତି। ଏନେଇ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ୧୯୪୧ ଠାରୁ ଶ୍ରୀଲଙ୍କାରେ ଏପରି  ଯାଆଁଳା ହାତୀ ଛୁଆ ଜନ୍ମ ନେବା ପ୍ରଥମ ଘଟଣା ।

ସୂଚନା ଅନୁଯାୟୀ, ଜନ୍ମିତ ହାତୀ ଛୁଆ ଛୋଟ ହୋଇଥିବା ବେଳେ ସୁସ୍ଥ ଅଛନ୍ତି । ୨୦୦୯ରେ ସୁରଙ୍ଗୀ ହାତୀ ଶାବକ ଜନ୍ମ ଦେଇଥିଲା । କରୋନା କଟକଣା ପାଇଁ ଏବେ ପର୍ଯ୍ୟଟକଙ୍କୁ ହାତୀ ସଫାରୀ ବୁଲିବା ମନା ହୋଇଛି ।

ତେବେ ଶ୍ରୀଲଙ୍କାରେ ୨୦୦ ପାଳିତ ହାତୀ ଥିବା ବେଳେ ଜଙ୍ଗଲୀ ହାତୀ ୭ ହଜାର ୫ ଶହ ରହିଛନ୍ତି। ଅପରପକ୍ଷେ ବିଗତ ୧୫ ବର୍ଷ ଭିତରେ ଜଙ୍ଗଲରୁ ୪୦ ହାତୀ ଛୁଆଙ୍କୁ ଚୋରି କରାଯାଇଥିବା ସୂଚନା ମିଳିଛି।

Leave a Reply