କୋଭିଡ୍ କଟକଣା ଭିତରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

1 min read
Odisha Assembly Monsoon Session Commence From Today Following Covid-19 Norms

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ ବିରୋଧୀ । ସ୍ୱଳ୍ପ ସମୟର ଅଧିବେଶନ ହେଲେ ବି ବେଶ୍ ସରଗରମ ରହିବ ଗୃହ । ବିରୋଧୀଙ୍କ ହାତରେ ରହିଛି ଅନେକ ଲମ୍ବା ତାଲିକା । ମରୁଡ଼ି, ସାର ଅଭାବ, ଜଳସେଚନ ସମସ୍ୟା, ଆଇନଶୃଙ୍ଖଳା ଆଦିକୁ ପ୍ରସଙ୍ଗ କରିବ ବିଜେପି । ସେପଟେ ସମାନ ପ୍ରସଙ୍ଗ ସହ ଦରବୃଦ୍ଧି, ବେକାରୀ ସମସ୍ୟା, ଦୁର୍ନୀତି, ସ୍ୱାସ୍ଥ୍ୟସେବା ଓ ଶିକ୍ଷକ ଅଭାବ ସମସ୍ୟା ଉଠାଇବାକୁ କଂଗ୍ରେସ ଯୋଜନା କରିଛି ।

Odisha Assembly Monsoon Session Commence From Today Following Covid Norms

ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ବିଜେଡି ମଧ୍ୟ ପ୍ରସ୍ତୁତ ରହିଛି । ବିରୋଧୀଙ୍କ ପ୍ରଶ୍ନର ତଥ୍ୟଭିତ୍ତିକ ଜବାବ୍ ଦେବ ଶାସକ ଦଳ । ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି । ଏହା ସହିତ ବିଧାନସଭାରେ ଗ୍ରାମୀଣ ଗୃହନିର୍ମାଣ ଓ ଏମଏସପି ପ୍ରସଙ୍ଗ ଉଠାଇବ ଶାସକ ଦଳ ।

Odisha Assembly Monsoon Session Commence From Today Following Covid Norms

ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ଵାମୀନାଥନ କମିଟିର ସୁପାରିସ ଲାଗୁ କରିବାକୁ ମଧ୍ୟ ଦାବି କରିବ ବିଜେଡି । ଆଜିଠୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି l ତାରକା ପ୍ରଶ୍ନ ସହିତ ମୁଲତବି ପ୍ରସ୍ତାବ ଆଲୋଚନା ହେବ ।

Leave a Reply