ମୋଦି- ପୁଟିନଙ୍କ ଆଲୋଚନା, ଆଫଗାନିସ୍ତାନ ସଙ୍କଟକୁ ନେଇ ୪୫ ମିନିଟ୍ ବାର୍ତ୍ତାଳପ
1 min readନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କ ବେଳେ ଦୁଇ ବିଶ୍ୱ ନେତାଙ୍କ ଆଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ହୋଇଛି । ଦୀର୍ଘ ସମୟ ଧରି ଆଫଗାନିସ୍ତାନ ଘଟଣାକୁ ନେଇ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ମୋଦି- ପୁଟିନ । ମିଳିଥିବା ସୂଚନା ମୁତାବକ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନଟ ଧରି ଆଲୋଚନା ହୋଇଥିଲା । ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯିବ ତାହା ହିଁ ଆଲୋଚନାର ମୁଖ୍ୟ ଉଦେଶ୍ୟ ଥିବା ଜଣାପଡିଛି ।
ଏପଟେ ଏଭଳି ସମୟରେ ଦୁଇ ନେତାଙ୍କ ଆଲୋଚନା, ଯେଉଁ ସମୟରେ ଆଫଗାନିସ୍ତାନରେ ତାଲିବାନୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଅନ୍ୟପେଟେ ଜି ୭ ଦେଶର ବୈଠକ ବସିବାକୁି ଯାଉଥିବାବେଳେ ଋଷ ଏବଂ ଭାରତ ନେତାଙ୍କ ଆଲୋଚନା ଆହୁରି ଘଟଣାକୁ ଖୋରାକ ଯୋଗାଉଛି । ସେହପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମାର୍କେଲାଙ୍କ ସହ ମଧ୍ୟ ସୋମବାର କତା ହୋଇଥିଲେ ।
ଆଫଗାନିସ୍ତାନରେ ଫସିଥିବା ନାଗରିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସେଠାରେ ଶାନ୍ତି ଫେରାଇବା ଦିଗରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିବା ଜଣାପଡିଛି । ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏବିଷୟରେ ସୂଚନା ଦେଇଥିଲେ । ଏଞ୍ଜେଲା ମାର୍କେଲଙ୍କ ସହ କଥା ହେବା ସହ ପଡୋଶୀ ଆଫଗାନିସ୍ତାନର ସ୍ଥିତି, ସେଠାକାର ବାତାବରଣ, ନିର୍ଯାତନା ଏବଂ ସର୍ବୋପରି ଅନେକ ରାଷ୍ଟ୍ରର ଲୋକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।
ଗୋଟେପଟେ ଅରାଜକତା ଭାବେ ଆଫଗାନିସ୍ତାନକୁ ତାଲିବାନ ନିଜ କବ୍ଜାକୁ ନେଇସାରିଛି । ଦେଶର କାଷ୍ଟ୍ରପତି ପ୍ରାଣ ଭୟରେ ଅନ୍ୟ ରାଷ୍ଟ୍ରରେ ସହବସ୍ଥାନ କରୁଛନ୍ତି । ସେପଟେ ସାଧାରଣ ଲୋକଙ୍କୁ ଯେପରି ତାଲିବାନୀ ମାନେ କ୍ରୁର ଶାସନ କରୁଛନ୍ତି ତାହା ସାଧାରଣରେ ପ୍ରକାଶ ପାଉଛି । ଏପରି ସ୍ଥିତିରେ ଜି ୭ ନେତାଙ୍କ ବୈଠକ ବସିବାକୁ ଯାଉଛି । ପ୍ରମୁଖତଃ ଆଫଗାନିସ୍ତାନରେ ତାଲିବାନୀ ଶାସନକୁ ରୋକ ଲଗାଇବା ନେଇ ଜି ୭ ନେତା ମାନେ ମତ ପ୍ରକାଶ କରିବେ ବୋଲି ସୂଚନା ମିଳୁଛି । ତେବେ ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଗୁରୁତ୍ୱ ବହନ କରେ ।