ନିରଞ୍ଜନଙ୍କ ବିରୋଧରେ ବିଷ ଓଗାଳିଲେ ତାରା, ଦଳ ଛାଡ଼ିବା ନେଇ ଧମକ ଦେଲେ ମିନାକ୍ଷୀ
ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ନେଇ ରାଜ୍ୟ କଂଗ୍ରେସରେ ପୁଣି ଅନ୍ତକନ୍ଦଳ । ଏବେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ତଥା ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ମଧ୍ୟ ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳିଛନ୍ତି ।
ତାରା କହିଛନ୍ତି, ପିସିସ ସଭାପତି ଓଡ଼ିଶା କଂଗ୍ରେସ ଚଳାଇବାକୁ ଅଯୋଗ୍ୟ । କୋରାପୁଟ ଏମପିଙ୍କ ସହ ମିଶି ନିରଞ୍ଜନ ଦଳରେ ବିଶୃଙ୍ଖଳା କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଦଳୀୟ ସମସ୍ୟା ନେଇ ଦିଲ୍ଲୀ ହାଇକମାଣ୍ଡ ପାଖରେ ଜଣେଇବେ ବୋଲି ତାରା କହିଛନ୍ତି । ସେପଟେ ପତ୍ନୀ ଅଭିଯୋଗ ଆଣି କହିଛନ୍ତି ନିରଞ୍ଜନ ଜିଲ୍ଲାରେ ଅଶାନ୍ତି ସୃ୍ଷ୍ଟି କରିଛନ୍ତି । ଜିଲ୍ଲା ସଭାପତିଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେ ବ୍ୟବହାର ଖରାପ କରିଛନ୍ତି । ତେଣୁ ସେ ଆସନ୍ତା ଦିନରେ ରାଜ୍ୟା କଂଗ୍ରେସ ଭବନରେ ଇସ୍ତପା ଦେବେ ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।