ଜଗତସିଂହପୁର: ଗ୍ରାମବାସୀଙ୍କ କବଳରୁ ମୁକୁଳିଲେ ଏରସମା ତହସିଲଦାର, ବିଡ଼ିଓ ଓ ପାରାଦ୍ଵୀପ ଅତିରିକ୍ତ ଏସପି । ଅଧିକାରୀ ମାନଙ୍କୁ ଅଟକ ରଖିଲେ ପାରାଦୀପ ଢ଼ିଙ୍କିଆ ଗ୍ରାମବାସୀ । ନୂତନ ରାଜସ୍ୱ ଗ୍ରାମ ବୁଲିବାକୁ ଯାଇଥିବା ବେଳେ ଅଟକ ରଖିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପାରାଦୀପ ଲକ୍ ଥାନା ଓ ଅଭୟଚାନ୍ଦପୁର ଥାନା ଅଧିକାରୀ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଦୀର୍ଘ ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ କବଳରୁ ମୁକୁଳୁଥିଲେ ବିଡ଼ିଓ , ତହସିଲଦାର ଓ ପାରାଦ୍ଵୀପ ଅତିରିକ୍ତ ଏସପି ।

